www.samajalive.in
Monday, December 8, 2025
14.1 C
Bhubaneswar

ଅକାଳଗ୍ରସ୍ତ ହେବ ପୃଥିବୀ, ଭୂକମ୍ପ ରଚିବ ଧ୍ଵଂସଲୀଳା ! ୨୦୨୧କୁ ନେଇ ଏପରି ଭବିଷ୍ୟବାଣୀ କରିଛନ୍ତି ନୋଷ୍ଟ୍ରାଡେମସ୍, ସତ୍ୟ ହୋଇଥିଲା ୨୦୨୦ର ଆକଳନ

ପୃଥିବୀ ଅକାଳଗ୍ରସ୍ତ ହେବ। ଭୂକମ୍ପ ବିଶ୍ଵରେ ଧ୍ଵଂସଲୀଳା ରଚିବ। ସମ୍ବଳକୁ ନେଇ ଯୁଦ୍ଧ ସ୍ଥିତି ଉପୁଜିବ। ଫ୍ରାନ୍ସରେ ଜନ୍ମିତ ମାଇକେଲ ଦି ନୋଷ୍ଟ୍ରାଡେମସଙ୍କ ୪୬୫ ବର୍ଷ ତଳର ଏପରି ଭବିଷ୍ୟବାଣୀ ଏବେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ନୋଷ୍ଟ୍ରାଡେମସ୍‌ଙ୍କ ଭବିଷ୍ୟବାର୍ତ୍ତା ୭୦ ପ୍ରତିଶତ ସତ୍ୟରେ ପରିଣତ ହୋଇଥିବା ଜଣାଯାଇଛି। ୨୦୨୦ ପାଇଁ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ସତ୍ୟରେ ପରିଣତ ହୋଇଛି। ୨୦୨୧ର ଭବିଷ୍ୟବାର୍ତ୍ତାକୁ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

Image Courtesy: Aajtak

ନୋଷ୍ଟ୍ରାଡେମସ ବହୁ ବର୍ଷ ତଳେ ‘ଲେସ୍‌ ପ୍ରୋଫେଟିସ’ ନାମକ ଏକ ପୁସ୍ତକରେ ପୃଥିବୀ ସମ୍ପର୍କରେ ଅନେକ ଭବିଷ୍ୟବାଣୀ କରିଥିଲେ। ଏହି ପୁସ୍ତକର ପ୍ରଥମ ସଂସ୍କରଣ ୧୫୫୫ରେ ପ୍ରକାଶ ପାଇଥିଲା। ଏଥିରେ ମୋଟ ୬୩୩୮ଟି ଭବିଷ୍ୟବାଣୀ ଉଲ୍ଲେଖ ରହିଛି, ଯେଉଁଥିରୁ ଆଜି ପର୍ଯ୍ୟନ୍ତ ୭୦ ପ୍ରତିଶତ ସତ୍ୟ ପ୍ରମାଣିତ ହୋଇଛି।

- Advertisement -
Image Courtesy: Aajtak

ନୋଷ୍ଟ୍ରାଡେମସ୍‌ ତାଙ୍କ ଭବିଷ୍ୟବାଣୀକୁ ଛନ୍ଦ ଆକାରରେ ଉଲ୍ଲେଖ କରିଛନ୍ତି। ୨୦୨୦ରେ ସାରା ବିଶ୍ଵକୁ ଦୋହଲାଇ ଦେଇଥିବା କରୋନା ଭୂତାଣୁ ମହାମାରୀ ସମ୍ପର୍କରେ ବି ନୋଷ୍ଟ୍ରାଡେମସ ଭବିଷ୍ୟବାଣୀ କରିଥିଲେ। ତାହା ସତ ହୋଇଥିବା ବେଳେ ଆଉ କିଛି ଐତିହାସିକ ଘଟଣା ମଧ୍ୟ ତାଙ୍କ ଭବିଷ୍ୟବାଣୀ ଆଧାରରେ ଘଟିସାରିଛି। ୨୦୨୧କୁ ନେଇ ମଧ୍ୟ ନେ ଅନେକ ଭବିଷ୍ୟବାଣୀ କରିଛନ୍ତି।

Image Courtesy: Aajtak

ଜୋମ୍ବି

ନୋଷ୍ଟ୍ରାଡେମସଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୧ରେ ରୁଷ୍‌ର ଜଣେ ବୈଜ୍ଞାନିକ ଏପରି ଏକ ଜୈବିକ ଅସ୍ତ୍ର ଏବଂ ଭୂତାଣୁ ବିକଶିତ କରିବେ, ଯାହା ମଣିଷକୁ ଜୋମ୍ବି କରିଦେବ। ଏହିପରି ଭାବେ ପରବର୍ତ୍ତୀ ସମୟରେ ମଣିଷ ପ୍ରଜାତିର ସର୍ବନାଶ ହୋଇଯିବ।

ଅକାଳ

ନାଷ୍ଟ୍ରୋଡେମସ ଆହୁରି କହିଛନ୍ତି, ଅକାଳ, ଭୂକମ୍ପ, ବିଭିନ୍ନ ପ୍ରକାରର ରୋଗ ଏବଂ ମହାମାରୀ ଦୁନିଆର ସର୍ବନାଶ ପୂର୍ବର ସଙ୍କେତ ସାଜିବ। ଏହା ଏପରି ଏକ ଅକାଳ ହେବ, ଯାହାର ସାମ୍ନା ଦୁନିଆ ପୂର୍ବରୁ କେବେ କରି ନ ଥିବ। ବିଶ୍ଵ ଜନସଂଖ୍ୟାର ଏକ ବଡ଼ ଭାଗ ଏଥିରେ କ୍ଷତିଗ୍ରସ୍ତ ହେବ। ୨୦୨୦ର କରୋନା ଭୂତାଣୁ ଏହାର ପ୍ରାରମ୍ଭ ବୋଲି କୁହାଯାଇପାରେ।

ସୂର୍ଯ୍ୟଙ୍କ କୋପ

୨୦୨୧ ଦୁନିଆର ପ୍ରମୁଖ ଘଟଣାବହୁଳ ବର୍ଷ ଭାବେ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ବର୍ଷରେ ସୂର୍ଯ୍ୟଙ୍କ କୋପ ପୃଥିବୀର କ୍ଷତିଗ୍ରସ୍ତର କାରଣ ସାଜିବ। ନୋଷ୍ଟ୍ରାଡେମସ ଚେତାବନୀ ଦେଇ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ ଏବଂ ପୃଥିବୀ ସେଥିରେ ଲୀନ ହେବ ବୋଲି ମଧ୍ୟ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଉପନୀତ ହେବାକୁ ଥିବା ଏହି କ୍ଷତି ଯୁଦ୍ଧ ସ୍ଥିତି ସୃଷ୍ଟି କରିବ। ସମ୍ବଳ ପାଇଁ ଦୁନିଆରେ ଝଗଡ଼ା ଆରମ୍ଭ ହେବ ଏବଂ ଲୋକମାନେ ପଳାୟନ କରିବେ।

Image Courtesy: Aajtak

ପୃଥିବୀ ସହିତ ମାଡ଼ ହେବ ଧୂମକେତୁ

ନାଷ୍ଟ୍ରୋଡେମସ ଏକ ଛନ୍ଦରେ ଲେଖିଛନ୍ତି, ପୃଥିବୀ ସହିତ ଧୂମକେତୁ ମାଡ଼ ହେବ। ଏହା ଦ୍ବାରା ଭୂକମ୍ପ ଏବଂ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ। ପୃଥିବୀ କକ୍ଷପଥରେ ଏହି ଧୂମକେତୁ ପ୍ରବେଶ କରିବା ପରେ ବିସ୍ଫୋରିତ ହେବା ଆରମ୍ଭ ହେବ। ଆକାଶରେ ଏହା ‘ଗ୍ରେଟ୍‌ ଫାୟାର’ ଭଳି ଦୃଶ୍ୟମାନ ହେବ।

ବୈଜ୍ଞାନିକଙ୍କ ଚେତାବନୀ

ନୋଷ୍ଟ୍ରାଡେମସଙ୍କ ଭବିଷ୍ୟବାଣୀକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାବନୀ ଦେଇଛନ୍ତି। ନାସାର ବୈଜ୍ଞାନିକମାନେ ଏକ ବଡ଼ ଧୂମକେତୁ ପୃଥିବୀ ସହିତ ମାଡ଼ ହେବାର ଆଶଙ୍କା ଥିବା ନେଇ ପୂର୍ବରୁ କହିଥିଲେ। ଏହାକୁ ଗମ୍ଭୀରତାର ସହିତ ନେବା ଜରୁରୀ। କାରଣ ୨୦୨୧ ମେ ୬ରେ ୨୦୦୯କେଏଫ୧ ନାମକ ଏକ ବଡ଼ ଧୂମକେତୁ ପୃଥିବୀରେ ମାଡ଼ ହେବାର ଆଶଙ୍କା ରହିଛି। ଏହି ଧୂମକେତରୁ ଶକ୍ତି ୧୯୪୫ରେ ହିରୋସିମା ଉପରେ ଆମେରିକା ଦ୍ବାରା ପକାଯାଇଥିବା ପରମାଣୁ ବୋମାଠାରୁ ପ୍ରାୟ ୧୫ ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories