ଜୀବାଶ୍ମ ଇନ୍ଧନ ବର୍ଷକରେ ୧୦ ଲକ୍ଷ ଜୀବନ ନେଇଛି
ଜେନେଭା: ଆଧୁନିକ ଯୁଗରେ କଳକାରଖାନା ଠାରୁ ନେଇ ଗାଡିମଟର ଏବଂ ବିଦ୍ୟୁତ ଉତ୍ପାଦନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପେଟ୍ରୋଲିମ ଏବଂ କୋଇଲା ଆଦି ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ବୃଦ୍ଧିପାଇଚାଲିଛି। ଏହା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ସଂପ୍ରତି ଜୀବାଶ୍ମ ଇନ୍ଧନ ବଦଳରେ ଅନ୍ୟ ଶକ୍ତି ଉତ୍ସ ସନ୍ଧାନରେ ଲାଗିପଡିଛନ୍ତି। ଅକ୍ଷୟ ଶକ୍ତି ଏବଂ ଇଥାନଲ ଏହାର ବିକଳ୍ପ ଉତ୍ସ ଭାବରେ ବିବେଚିତ ହେଉଥିବାବେଳେ ଏବେ ଏହି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ଜୀବାଶ୍ମ ଇନ୍ଧନ ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ସହିତ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧି ପାଉଛି। ବାୟୁମଣ୍ଡଳରେ କ୍ରମଶଃ କ୍ଷୁଦ୍ରତିକ୍ଷୁଦ୍ର କଣିକାଗୁଡିକର ପରିମାଣ ବୃଦ୍ଧି ପଛରେ ଜୀବାଶ୍ମ ଇନ୍ଧନ ରହିଥିବା ଜଣାଯାଇଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୧୭ରେ ବିଶ୍ୱରେ ଜୀବାଶ୍ମ ଇନ୍ଧନ ଦହନ ଜନିତ ପ୍ରତିକୂଳ ପରିସ୍ଥିତି କାରଣରୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ କେବଳ ଅର୍ଦ୍ଧେକ କୋଇଲା ଜଳାଇବା କାରଣରୁ ହୋଇଥିଲା। ଗବେଷକମାନେ ୨୦୦ରୁ ଅଧିକ ରାଷ୍ଟ୍ରରେ ବାୟୁ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ଉପରେ ତାହାର ପଡୁଥିବା ପ୍ରଭାବ ସମ୍ପର୍କରେ କରିଥିବା ଗବେଷଣ।।ରୁ ଜୀବାଶ୍ମ ଇନ୍ଧନ ଦହନର କେତେ ଅଧିକ ପ୍ରତିକୂଳ ପ୍ରଭାବ ପଡୁଛି, ତାହା ଜାଣିବାକୁ ପାଇଛନ୍ତି।
ସେମାନେ ଲକ୍ଷ୍ୟ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ କ୍ଷେତ୍ରରେ କଳକାରଖାନା ଏବଂ କାର୍ରୁ ନିର୍ଗତ ଧୂଆଁ ମାତ୍ର ଏକ ପ୍ରତିଶତ ସ୍ଥାନ ନେଉଛି। କାରଣ ଏଥିରେ ରହିଥିବା ପିଏମ୨.୫ ଅତ୍ୟନ୍ତ କ୍ଷୁଦ୍ର କଣିବା ଲୋକଙ୍କ ଫୁସଫୁସ ଉପରେ ଗୁରୁତର ପ୍ରଭାବ ପକାଇବା ସହିତ ସେମାନଙ୍କୁ ଅସୁସ୍ଥ କରିଦେଉଛି। ତେବେ ବିଭିନ୍ନ ଉଦ୍ଦେଶ୍ୟରେ କୋଇଲାର ବ୍ୟବହାର ପରିବେଶ ଉପରେ ସାଂଘାତିକ ପ୍ରତିକୂଳ ପ୍ରଭାବ ପକାଉଥିବା ସେମାନେ ପ୍ରକାଶ କରିଛନ୍ତି।
Comments are closed.