www.samajalive.in
Friday, December 12, 2025
26.1 C
Bhubaneswar

ସରିଲା ନିର୍ବାଚନ: ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଶେଷ ହୋଇଛି ସାଧାରଣ ନିର୍ବାଚନ ା ପୁଣି ବଢିଛି ବିଗତ କିଛି ଦିନ ହେବ ନିମ୍ନଗାମୀ ହେଉଥିବା ତେଲ ଦର ା ନିର୍ବାଚନ ଶେଷ ହେବାର ଦିନକ ପରେ ଅର୍ଥାତ୍‌ ଆଜି ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି ା ଏଥିଯୋଗୁ ପେଟ୍ରୋଲ ଲିଟର ପିଛା ୯ ପଇସା ଏବଂ ଡିଜେଲ ୧୫ ପଇସା ବୃଦ୍ଧି ଘଟିଛି ା ଫଳରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୧୨ ପଇସା ଏବଂ ଡିଜେଲ ୬୬ ଟଙ୍କା ୧୧ ପଇସା ହୋଇଛି ା
ଗତ ୧୫ ଦିନ ହେବ ତୈଳ ଦର କ୍ରମାଗତ ଭାବେ ହ୍ରାସ ଘଟିଚାଲିଥିଲା। ଯଦିବା ଚଳିତ ମାସରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ ଅହେତୁକ ବୃଦ୍ଧି ଘଟୁଥିଲା ତଥାପି ଘରୋଇ ବଜାରରେ ଦର ହ୍ରାସ ଘଟୁଥିଲା। ଏଥିପାଇଁ ତୈଳ କମ୍ପାନୀଗୁଡିକୁ ବେଶ କ୍ଷତି ସହିବାକୁ ପହିଥିଲା ା କାରଣ ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ଚାଲୁଥିଲା ା ଏକ ସୂତ୍ରରୁ ହସ୍ତଗତ ସୂଚନାନୁଯାୟୀ, ନିର୍ବାଚନ ସମୟରେ ତୈଳ ଦରକୁ ନିମ୍ନମୁଖୀ ରଖିବାକୁ ତେଲ କମ୍ପାନୀଗୁଡିକୁ ସରକାରଙ୍କ ଆଡୁ ନିର୍ଦେଶ ରହିଥିଲା ା ଏବେ ନିର୍ବାଚନ ସରିଯାଇଛି ା ତୈଳ କମ୍ପାନୀଗୁଡିକ ସହିଥିବା କ୍ଷତି ଭରଣା କରିବାକୁ ଯାଇ ଏବେ ପର୍ଯ୍ୟାୟକ୍ରମେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟାଇପାରନ୍ତି ା ଉପସାଗରୀୟ କ୍ଷେତ୍ରରେ ଲାଗି ରହିଥିବା ଉ​‌େ​‌ତ୍ତଜନା ଏବଂ ଇରାନ୍‌ ଓ ଭେନିଜୁଏଲାରୁ ଯୋଗାଣରେ ହ୍ରାସ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟାଇବା ା ନିର୍ବାଚନରେ ହୋଇଥିବା କ୍ଷତି ଭରଣା କରିବା ଲାଗି ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡି​‌େ​‌ଜଲ ଲିଟର ପିଛା ପର୍ଯ୍ୟାୟ କ୍ରମେ ୩-୫ ଟଙ୍କା ବୃଦ୍ଧି କରିପାରନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories