www.samajalive.in
Friday, December 12, 2025
27.1 C
Bhubaneswar

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ପରେ ପୁଞ୍ଜିବଜାରରେ ଉତ୍ସାହ

ମୁମ୍ବଇ: ଦେଶରେ ସାଧାରଣ ନିର୍ବାଚନ ପରେ ଘୋଷଣା ହୋଇଛି ଏକ୍‌ଜିଟ୍‌ ପୋଲ୍‌, ଯେଉଁଥିରେ ପୁନର୍ବାର ଏନ୍‌ଡିଏ କ୍ଷମତାକୁ ଆସିବା ନେଇ କୁହାଯାଇଛି। ତେବେ ଏହି ଏକ୍‌ଜିଟ୍‌ ପୋଲ୍‌ର ପ୍ରଭାବ ଆଜି ଘରୋଇ ପୁଞ୍ଜି ବଜାରରେ ଅନୁଭୂତ ହୋଇଛି। ଫଳସ୍ବରୂପ ଆଜିିର ଗୋଟିଏ କାରବାର ଦିବସରେ ସେନ୍‌ସେକ୍ସ ରେକର୍ଡ ୧୪୨୨ ପଏଣ୍ଟ ବୃଦ୍ଧି ଘଟିଛି ା ଯାହା ଫଳରେ ଏକ୍‌ଜିଟ୍‌ ପୋଲ୍‌ ରି‌େପ​‌ାର୍ଟ ସୋମବାର ଷ୍ଟକ ବଜାରରେ ଅଦିନରେ ଦୀପାବଳିର ଭ୍ରମ ସୃଷ୍ଟି କରାଇଛି ା ତେବେ ଆଜିର ବଜାର କାରବାର ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି ଘଟିଥିବା ଜଣାଯାଇଛି।
ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସ କାରବାରରେ ଉତ୍ସାହ ଦେଖିବାକୁ ମିଳିଛି। ସେନ୍‍ସେକ୍ସରେ ଆଜି ୧୪୨୨ (୧୪୨୧.୯୦) ପଏଣ୍ଟ ବୃଦ୍ଧି ଘଟି ତାହା ୩୯,୩୫୨.୬୭ରେ ବନ୍ଦ ହୋଇଛି। ଦିନ ଯାକର କାରବାର ମଧ୍ୟରେ ସେନ୍‌ସେକ୍ସ ସର୍ବାଧିକ ୩୯,୪୧୨.୫୬ ପଏଣ୍ଟ ଏବଂ ସର୍ବନିମ୍ନ ୩୮,୫୭୦.୦୪ ପଏଣ୍ଟ ଛୁଇଁଥିଲା ା ଏକ୍‌ଜିଟ୍‌ ପୁଲ୍‌ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ଜିତିବା ନେଇ ପୂର୍ବାନୁମାନ କରାଯାଇଛି ା ଏହି ଖବର ପ୍ରକାଶ ପାଇବା ପରେ ଘରୋଇ ପୁଞ୍ଜି ବଜାରରେ ଉତ୍ସାହର ଲହରୀ ଖେଳିଯାଇଛି ା ନିବେଶକମାନେ ବଜାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ା ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୪୨୧.୧୦ ପଏଣ୍ଟ ବୃଦ୍ଧି ଘଟି ୧୧,୮୨୮.୨୫ ପଏଣ୍ଟରେ ବନ୍ଦ ହୋଇଛି। ପୁଞ୍ଜି ବଜାରର ଏଭଳି ପ୍ରଦର୍ଶନ ପରେ ନିବେଶକଙ୍କ ସମ୍ପତ୍ତିରେ ଆଜି
୫.୩୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଆଜିର କାରବାରରେ ପୁଞ୍ଜି ସାମଗ୍ରୀ, ଆଇଟି, ନିର୍ମାଣ ଏବଂ ବ୍ୟାଙ୍କିଙ୍ଗ୍‍ ଆଦି କ୍ଷେତ୍ରର କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏସ୍‌ବିଆଇ, ଟାଟା ​‌େମ​‌ାଟର୍ସ, ଏଲ୍ଆଣ୍ଡ୍‌ଟି, ୟଶ୍‌ ବ୍ୟାଙ୍କ, ଏଚ୍‌ଡିଏଫ଼୍‌ସି, ଏମ୍‌ଆଣ୍ଡ୍‌ଏମ୍‌, ମାରୁତି, ଓଏଚ୍‌ଡିସି, ଆର୍‌ଆଇଏଲ୍‌, ଆଇସିଆଇସିଆଇ ଏବଂ
ଆକ୍ସିସ୍‌ ବ୍ୟାଙ୍କ ଆଦିର ଷ୍ଟକ କାରବାର ଭଲ ରହିଛି ା ତେବେ ଆଜି ୟୁରୋପୀୟ ବଜାରରେ କାରବାର ନକାରାତ୍ମକ ରହିଥିବାବେଳେ ଏସୀୟ ବଜାରରେ କାରବାର ମିଶ୍ରିତ ରହିଛି ା
ସେନ୍‌ସେକ୍ସ ଉଠିଲା…

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories