www.samajalive.in
Saturday, December 6, 2025
23.1 C
Bhubaneswar

ଘରକୁ କରୋନା ଆଣିପାରେ କ୍ଷୀର ପ୍ୟାକେଟ : ସତର୍କ କଲା ଏଫଏସ୍ଏସ୍ଏଆଇ

ନୂଆଦିଲ୍ଲୀ: କରୋନାରୁ ବର୍ତିବା ପାଇଁ ଲୋକମାନେ ଯାବତୀୟ ସତର୍କତା ଅବଲମ୍ବନ କରୁଛନ୍ତି । ବାହାରୁ ଘରକୁ ଆସିଲେ ତାହାକୁ ପରିଷ୍କାର ପରିଛନ୍ନ କରୁଛନ୍ତି । ତେବେ ଏଥିପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଫୁଟ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ଼ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ଏପରିକି ଘରକୁ କ୍ଷୀର ପ୍ୟାକେଟ୍ ଆଣିବା ଓ ଏହାକୁ ଫୁଟାଇବା ଉପରେ ଅଧିକ ଧ୍ୟାନ ଦେବାକୁ ‘ଫାସାଇ’ ପରାମର୍ଶ ଦେଇଛି । କେବଳ ସେତିକି ନୁହେଁ, ଆପଣ ଯଦି କ୍ଷୀରବାଲାଠାରୁ କ୍ଷୀର କିଣୁଛନ୍ତି ତେବେ ନିଜେ ମାସ୍କ ପିନ୍ଧିବା ଓ କ୍ଷୀରବାଲା ମାସ୍କ ପିନ୍ଧିଛି କି ନାହିଁ ତାହା ଦେଖିବା ଆପଣଙ୍କ ଦାୟିତ୍ଵ ବୋଲି କୁହାଯାଇଛି ।

- Advertisement -

ଫାସାଇ ପରାମର୍ଶ ଦେଇଛି ଯେତେବେଳେ ଆପଣ କ୍ଷୀର ପ୍ୟାକେଟ୍ ବାହାରୁ ଆଣୁଛନ୍ତି ତାହାକୁ ତୁରନ୍ତ ବ୍ୟବହାର ନ କରି ରୋଷେଇଘରେ କିମ୍ବା ବାଥରୁମରେ ପ୍ରବହମାନ ପାଣିରେ ଏହାକୁ କିଛି ସମୟ ଭଲ ଭାବରେ ଧୋଇ ଦିଅନ୍ତୁ ।

ଯଦି ଆପଣଙ୍କୁ ଠିକ୍ ଲାଗେ ତେବେ ଏହାକୁ ସାବୁନରେ ମଧ୍ୟ ଧୋଇ ପାରିବେ ଏବଂ ପ୍ୟାକେଟକୁ ଭଲ ଭାବରେ ଧୋଇବା ପରେ ସାବୁନରେ ନିଜ ହାତକୁ ମଧ୍ୟ ଭଲ ଭାବରେ ଧୋଇବା ଆବଶ୍ୟକ ।

ପ୍ୟାକେଟ୍ ଧୋଇବା ପରେ ନିଜ ହାତ ଧୋଇ ସଫା କଇଁଚି ବା ଆବଶ୍ୟକ ସାମଗ୍ରୀରେ କ୍ଷୀର ପ୍ୟାକେଟ୍ କାଟି ସେଥିରୁ କ୍ଷୀର ବାହାର କରନ୍ତୁ ଏବଂ କ୍ଷୀର ଗରମ କରିବା ସମୟରେ ଯେପରି ଧୂଆ ହୋଇଥିବା ପାଣି କ୍ଷୀର ହାଣ୍ଡିରେ ନ ପଡ଼େ ସେଥିପାଇଁ ଧ୍ୟାନ ଦିଅନ୍ତୁ । ପ୍ୟାକେଟରେ ଆସୁଥିବା କ୍ଷୀରକୁ ଫୁଟାଇ ବ୍ୟବହାର କରିବା ଆବଶ୍ୟକ ବୋଲି ଫାସାଇ ପରାମର୍ଶ ଦେଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories