www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର :  ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ମୋଟ ୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଶିଳ୍ପ ଏବଂ କାରଖାନା ସଂକ୍ରାନ୍ତ ବିଭିନ୍ନ ଆଇନରେ ସଂଶୋଧନ କରାଯାଇଛି। ୨୦୦୭ ଓ ୨୦୧୫ ଶିଳ୍ପ ନୀତି ଏବଂ ୧୯୫୮ ଫ୍ୟାକ୍ଟ୍ରି ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। କାରଖାନାରେ ଓଭର ଟାଇମ୍ ବୃଦ୍ଧିକୁ ମଞ୍ଜୁରୀ ମିଳିଛି।  ୩ ମାସରେ ୭୫ ଘଣ୍ଟା ଓଭର ଟାଇମ୍ ସମୟ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନରେ ଜଣଙ୍କୁ ମିଳିବ ଛୁଟି। ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି ପାଇଁ ମିଳିବ ସର୍ତ୍ତମୂଳକ ଅନୁମତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିର୍ମଳ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି। ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ଗଠନ ନେଇ ନିଷ୍ପତି ନିଆଯାଇଛି। ବିଜୁ କୃଷକ ବୀମାଧାରୀଙ୍କ ସମେତ ଅନ୍ୟ ହିତାଧିକାରୀ ଏହା ଦ୍ବାରା ଲାଭବାନ ହେବେ। ୭୦ ଲକ୍ଷ ପରିବାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ପାଇ ପାରିବେ। ମହିଳାଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି।

ବିଜେପୁରରେ ଗଙ୍ଗାଧର ମେହେର ବୃହତ ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଯାହାଦ୍ବାରା ୨୫ ହଜାର ହେକ୍ଟର ଜମିକୁ ସେଚ ସୁବିଧା ମିଳିବ। ଏଥିପାଇଁ ବ୍ୟୟ ହେବ ୧୧୩୮.୬୩ କୋଟି ଟଙ୍କା ବ୍ୟୟ ହେବ। ସେହିପରି ୮ଟି ବ୍ଳକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନେଇ ନିଷ୍ପତି ନିଆଯାଇଛି।

- Advertisement -

ଅନ୍ୟପକ୍ଷରେ ରାଜ୍ୟରେ ଏଣିକି ଆଉ ‘ଗ୍ରୁପ ସି’ ପାଇଁ ସାକ୍ଷାତକାର ପରୀକ୍ଷା ହେବ ନାହିଁ। କେବଳ ଳିଖିତ ପରୀକ୍ଷା ମାଧ୍ୟମରେ ଚାକିରୀ ପାଇଁ ଚୟନ କରାଯିବ। ସେହିପରି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଜମିହରାଙ୍କୁ ଜମି ମିଳିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟମନ୍ତ୍ରୀ ନବୀନ ନିବାସରେ  ରହି ବୈଠକରେ ଭାଗ ନେଇଥିଲେ।ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ଏବଂ ଜିଲାରେ ଥିବା ମନ୍ତ୍ରୀମାନେ ସଂପୃକ୍ତ ଜିଲାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂରେ ଅଂଶ ଗ୍ରହଣ କରିଥିଲେ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories