www.samajalive.in
Saturday, December 6, 2025
26.1 C
Bhubaneswar

ରୋଜଗାର ଅପେକ୍ଷାରେ ୪ ଶହ କୁଶଳୀ ଶ୍ରମିକ, ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ବାଙ୍କୀ: ଦୀର୍ଘ ୫ମାସ ଧରି କୋଭିଡ-୧୯ ନିୟମକୁ ଅନୁପାଳନ କରି ବାଙ୍କୀ ଉପଖଣ୍ଡର ଶତାଧିକ ଟେଣ୍ଟ ଓ ଡିଜେ ସାଉଣ୍ଡ ଅନୁଷ୍ଠାନ ଜୀବିକା ହରାଇ ଦୁର୍ଦିନରେ ଗତି କରୁଛନ୍ତି। ପ୍ରଭାବରେ ୮୦ଟି ଟେଣ୍ଟ ହାଉସରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ୪୦୦ କୈାଶଳି ଶ୍ରମିକ ରୋଜଗାର ହରାଇ ପରିବାର ପ୍ରତିପୋଷଣରେ ଦହଗଞ୍ଜ ହୋଇଥିବା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇ ସରକାରୀ ସାହାଯ୍ୟ ମାଗିଛନ୍ତି। ସ୍ଥାନୀୟ ହାତ କରଜ ଓ ବ୍ୟାଙ୍କରୁ ଋଣ ଆଣି ଟେଣ୍ଟ ଓ ଡିଜେ ସାଉଣ୍ଡ ସଂସ୍ଥାକୁ ରୋଜଗାରର ଏକ ପ୍ରମୁଖ ବ୍ୟବସ୍ଥା ବୋଲି ଗ୍ରହଣ କରିଥିବା ବେକାରୀ ଯୁବକଙ୍କ ଆର୍ଥିକ ମେରୁଦଣ୍ଡ କରୋନା ପ୍ରଭାବରେ ଭାଙ୍ଗି ପଡିଛି।

- Advertisement -

କରୋନା ମାଡରେ ସଂକ୍ରମଣର ମୁକାବିଲା ପାଇଁ କୋଭିଡ ନିୟମ ବିବାହ, ବ୍ରତ, ସାଂସ୍କୃତିକ ଅନୁଷ୍ଠାନ, ସୁଧିକ୍ରିୟା ଆଦି କାର୍ଯ୍ୟରେ ଅଲୋଡା ହେବାରୁ ଶତାଧିକ ବ୍ୟବସାୟୀ ହାତ ବାନ୍ଧି ଘରେ ବସିଛନ୍ତି। ସେପଟେ କାର୍ଯ୍ୟ ନପାଇ ରୋଷେଇ ସରଞ୍ଜାମ, ସାଉଣ୍ଡ ସରଞ୍ଜାମ ଏବଂ ଟେଣ୍ଟ ପାଇଁ ଉପଯୋଗୀ ବାଉଁଶ, ପାଲ ଗଦା ହୋଇ ବ୍ୟବହାର ନହେବାରୁ ଖତ ଖାଇଲାଣି। ଏହାଦ୍ୱାରା ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା କ୍ଷତି ସହିଲେଣି। ଏହି ଅବସ୍ଥା ଆଗକୁ ବଳବତ୍ତର ରହିଲେ ଟେଣ୍ଟ ମାଲିକମାନଙ୍କ ପରିବାର ପ୍ରତିପୋଷଣରେ ଆଶଙ୍କା ସୃଷ୍ଟି ହେବ। ଏଥି ପାଇଁ ବୁଧବାର ଦିନ ସ୍ଥାନୀୟ ଅଂଚଳର ଶତାଧିକ ଟେଣ୍ଟ ମାଲିକ ଖଣ୍ଡିତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତାରେ ଏକାଠି ହୋଇ ବାଙ୍କୀ ଉପଜିଲ୍ଲାପାଳଙ୍କ ଜରିଆରେ ସରକାରୀ ସାହାଯ୍ୟ ଓ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories