www.samajalive.in
Saturday, December 6, 2025
19.1 C
Bhubaneswar

କଳାହାଣ୍ଡିର ଯୁକ୍ତ ୨ ବିଜ୍ଞାନ ଟପ୍ପର ଆତ୍ମନ ପଣ୍ଡା, ଡାକ୍ତର ହୋଇ ସେବା କରିବା ଲକ୍ଷ୍ୟ

ମୁଖୀଗୁଡା: ଆଜି ଯୁକ୍ତ ଦୁଇ ଵିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଜୟପାଟଣାର ଆତ୍ମନ ପଣ୍ଡା ୯୨.୬୬% ମାର୍କ ରଖି କଳାହାଣ୍ଡି ଜିଲ୍ଲାର ଟପ୍ପର ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି। ଅଂଚଳରେ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଆତ୍ମନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୟପାଟଣାରୁ ମାଟ୍ରିକ ପରୀକ୍ଷାରେ ୯୧% ମାର୍କ ରଖି ଭବାନୀପାଟଣା ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ି ଜିଲ୍ଳାରେ ଟପ୍ପର ହୋଇଛନ୍ତି। ପ୍ରତିଦିନ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିବା ଆତ୍ମନ ପ୍ରକାଶ କରିଛନ୍ତି।

ତାଙ୍କ ସଫଳତା ପଛରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବାପା, ମା’ ଓ ଭଗବାନଙ୍କ ଆଶିର୍ବାଦ ରହିଛି ବୋଲି କହିଛନ୍ତି। ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ବାପା ରଜନୀ ପଣ୍ଡାଙ୍କ ଜୟପାଟଣାରେ ଏକ କିରାନା ଦୋକାନ ଥିବା ବେଳେ ମା’ ମମତାଞ୍ଜଳି ପଣ୍ଡା ଗାନ୍ଧୀଗ୍ରାମ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories