www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ପ୍ରଭାବ: ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଦେଶ

ସମାଜ ପୋର୍ଟାଲ ଡେସ୍କ: କୋଭିଡ-୧୯ ମହାମାରୀ ସଙ୍କଟ ସମୟରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବାର ସମୟ  ସୁଦ୍ଧା ଅନିଶ୍ଚିତ। ମହାମାରୀର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ନିଆଯାଇଥିବା ନିଷ୍ପତ୍ତି ଓ ରାଜକୋଷୀୟ ନୀତିଗତ ପଦକ୍ଷେପ ଦ୍ବାରା କିଛି ମାତ୍ରାରେ ସ୍ଥିରତା ଆସିପାରିଛି। ତେବେ ବିତ୍ତୀୟ ସ୍ଥିତି ଉପରେ ସରକାର ଏବଂ ସମସ୍ତ ନିୟାମକ ନିରନ୍ତର ଦୃଷ୍ଟି ରଖିବା ଆବଶ୍ୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବିତ୍ତୀୟ ସ୍ଥିରତା ଓ ବିକାଶ ପରିଷଦର ୨୨ତମ ବୈଠକର ଏହାହିଁ ଥିଲା ନିଷ୍କର୍ଷ । ଏହି ଅବସରରେ ବଜାରରେ ଅସ୍ଥିରତା, ଘରୋଇସ୍ତରରେ ସମ୍ବଳ ସଂଗ୍ରହ ଏବଂ ପୁଞ୍ଜି ପ୍ରବାହ ସହ ଜଡ଼ିତ ପ୍ରସଙ୍ଗରେ ମଧ୍ୟ  ବୈଠକରେ ଆଲୋଚିତ ହୋଇଛି ।

ବୈଠକରେ ମହାମାରୀ କାରଣରୁ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାରେ ଜୀବନ୍ୟାସ କରିବା ଲାଗି ସହାୟତା ନିମନ୍ତେ ନିକଟରେ ସରକାର ଓ ନିୟାମକ ସଂସ୍ଥାଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆର୍ଥିକ କ୍ଷତିକୁ ଆରମ୍ଭରୁ ସୀମିତ ରଖିବା ଲାଗି ସରକାର ଓ ଆରବିଆଇ ପକ୍ଷରୁ ବିଭିନ୍ନ ରାଜକୋଷ ଏବଂ ମୌଦ୍ରିକ ଉପାୟ ଘୋଷଣା କରାଯାଇଛି। ଆଗକୁ ମଧ୍ୟ ଆର୍ଥିକ ସଂସ୍ଥାନଗୁଡ଼ିକୁ ନଗଦ ପ୍ରବାହ ଓ ପୁଞ୍ଜି ସମ୍ବନ୍ଧିୟ ଆବଶ୍ୟକତାକୁ ପୂରଣ କରାଯିବା ପ୍ରତି ଧ୍ୟାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

- Advertisement -

ବୈଠକରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥ ତଥା ରାଜସ୍ବ ବିଭାଗ ସଚିବ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାର, ବିର୍ତ୍ତୀୟ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ ପ୍ରକାଶ ସାହନୀ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଇଞ୍ଜେଟି ଶ୍ରୀନିବାସ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. କୃଷ୍ଣମୂର୍ତ୍ତି ବି. ସୁବ୍ରମଣ୍ୟମ, ଭାରତୀୟ ପ୍ରତିଭୂତି ଏବଂ ନିୟାମକ ବୋର୍ଡ(ସେବି) ଅଧ୍ୟକ୍ଷ ଅଜୟ ତ୍ୟାଗୀ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏର) ଅଧ୍ୟକ୍ଷ ସୁପ୍ରିତମ ବନ୍ଦୋପାଧ୍ୟାୟ ଏବଂ ଆଇଡିବିଆଇ ଅଧ୍ୟକ୍ଷ ଡ. ଏମ ଏସ ସାହୁ ଉପସ୍ଥିତ ଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories