www.samajalive.in
Saturday, December 6, 2025
16.1 C
Bhubaneswar

‘ଫଳ’ରେ ବି କରୋନା !

ଡୋଡୋମା: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନ ତିଆରି କରୁଥିବା କିଟ୍‌ ଅତ୍ୟନ୍ତ ନିମ୍ନମାନର। ଅନେକ ଦେଶରେ ଏହି କିଟ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ତାଞ୍ଜାନିଆ ନିଜ ଦେଶରେ ଏହା ଉପରେ କଟକଣା ଲାଗୁ କରିଛି। କାରଣ ଏଠାରେ ଫଳ ନମୁନା ପରୀକ୍ଷା କରାଗଲେ ବି ସେଥିରୁ କରୋନା ପଜିଟିଭ ବାହାରୁଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲୀ ଚୀନ୍‌ ପରୀକ୍ଷଣ କିଟ୍‌ ଠିକ୍‌ ନୁହେଁ ଏବଂ ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି।

ଚୀନ୍‌ ପଠାଇଥିବା ପରୀକ୍ଷଣ କିଟ୍‌ ଠିକ୍‌ ଅଛି କି ନାହିଁ ତାହା ଜାଣିବା ଲାଗି ଏକ ଛେଳିର ରକ୍ତ ନମୁନା ଏବଂ ଏକ ଫଳର ନମୁନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଯାଇଥିଲା। କିନ୍ତୁ ସେହି ନମୁନା ଛେଳି ରକ୍ତ ଏବଂ ଫଳର ଥିଲା ବୋଲି ଗୋପନ ରଖାଯାଇଥିଲା। ତେବେ ପରୀକ୍ଷା ରିପୋର୍ଟ ଆସିବା ପରେ ତାହା ସମସ୍ତଙ୍କୁ ଚକ୍କିତ କରିଛି। ଉଭୟ ନମୁନାରୁ କରୋନା ଭୂତାଣୁ ପଜିଟିଭ୍‌ ଆସିବା ପରେ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଉକ୍ତ କିଟ୍‌ରେ କରୋନା ଭୂତାଣୁ ପରୀକ୍ଷଣ କରିବା ଉପରେ କଟକଣା ଲାଗୁ କରିଛନ୍ତି। ତାଞ୍ଜାନିଆରେ ଅନେକ ଲୋକ କରୋନା ପଜିଟିଭ୍‌ ବାହାରିଥିଲେ। କିନ୍ତୁ ବାସ୍ତବରେ ସେମାନେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ନ ଥିଲେ। ସରକାରଙ୍କ ସନ୍ଦେହ ହେବାରୁ ଚୀନ ଯାଞ୍ଚ କିଟ୍‌କୁ ଏପରି ପରୀକ୍ଷା କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories