ଭୁବନେଶ୍ଵର/ବାଲେଶ୍ଵର: ବାଲେଶ୍ଵର ଜିଲାରେ ବୁଧବାର ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଛି। ବୁଧବାର ସକାଳେ ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୪ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏମାନେ ସମସ୍ତେ ପ୍ରବାସୀ ଓଡ଼ିଆ ଶ୍ରମିକ ଏବଂ ନିକଟରେ ସୁରତରୁ ଫେରିଥିଲେ।
Popular Categories



