www.samajalive.in
Friday, December 5, 2025
20.1 C
Bhubaneswar

ଫ୍ରେଣ୍ଡସିପ୍‌ ଡ଼େ’ର ମହତ୍ତ୍ୱ ,ଏହାକୁ କାହିଁକି ପାଳନ କରାଯାଇଥାଏ, କେବେ ଓ କିଏ ଏହାକୁ ଆରମ୍ଭ କରିଥିଲେ,

ଆପଣଙ୍କ ମନରେ ଫ୍ରେଣ୍ଡ୍‍ସିପ୍‍ ଡ଼େ’କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ଏହି ଦିନ କାହିଁକି ପାଳନ ହୋଇଥାଏ, କେବେ ଓ କିଏ ଆରମ୍ଭ କରିଥିଲେ, କେଉଁଠି ଆରମ୍ଭ ହୋଇଥିଲା ଏହିପରି ଆହୁରି ଅନେକ।  ତେବେ ଆସନ୍ତୁ ଜାଣିବା  ଫ୍ରେଣ୍ଡସିପ୍‌ ଡେ ବିଷୟରେ ।

ଫ୍ରେଣ୍ଡ୍‍ସିପ୍‍ ଡ଼େ’ ୧୯୩୫ ମସିହାରେ ଆରମ୍ଭ କରାଯାଇଥିଲା। ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ ଥିଲା। ସେହି ସମୟରେ ବନ୍ଧୁତ୍ୱର ଭାବନା ସମସ୍ତଙ୍କ ମନରେ ଜାଗ୍ରତ କରାଇବା ଅତ୍ୟନ୍ତ ଆବଶ୍ୟକ ଥିଲା। ଯାହାଦ୍ୱାରା ଲୋକେ ପରସ୍ପର ଉପରେ ଭରସା କରିପାରିବେ।

- Advertisement -

ଗୋଟିଏ ଦେଶ ଅନ୍ୟ ଦେଶ ସହ ଯୋଡ଼ି ହୋଇ ପାରିବ। ଜୀବନରେ ବନ୍ଧୁର ଆବଶ୍ୟକତାକୁ ବୁଝିବା ପାଇଁ ଓ ବନ୍ଧୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆମେରିକା କଂଗ୍ରେସ ଗୋଟିଏ ଦିନକୁ ବନ୍ଧୁତ୍ୱର ଦିନ ବା ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଭାବେ ପାଳନ କରିବାକୁ ଘୋଷଣା କଲେ।

ଆମେରିକା କଂଗ୍ରେସର ଏହି ଘୋଷଣା ପରେ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ପାଳନ ହେବା ଆରମ୍ଭ ହେଲା। ସେହିପରି ଭାରତରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଭାବେ ପାଳନ କରାଯାଏ। ଏହିପରି ଭାବେ ଏହି ମହାନ ସମ୍ପର୍କର ଖ୍ୟାତି ବୃଦ୍ଧି ପାଇବାକୁ ଲାଗିଲା।

ଏହାର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦେଖି ୟୁଏନ୍‍ ୧୯୯୭ରେ ‘ୱିନି ଦ ପୁହ’ ପ୍ରସିଦ୍ଧ କାର୍ଟୁନ୍‍ ଚରିତ୍ରକୁ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ର ବ୍ରାଣ୍ଡ୍‍ ଆମ୍ବାସାଡ଼ର୍‍ କରାଇଥିଲେ । ଏହି ଦିନରେ ବନ୍ଧୁଙ୍କୁ ଉପହାର ଦିଆଯାଇ ଥାଏ, ପରସ୍ପରକୁ ଫ୍ରେଣ୍ଡ୍‍ସିପ୍‍ ବ୍ୟାଣ୍ଡ ବନ୍ଧାଯାଇ ଥାଏ। ସେହି ଉପହାର ସହ ବନ୍ଧୁତ୍ୱର ସ୍ମୃତି ଯୋଡ଼ି ହୋଇ ରହିଥାଏ। ସେହି ଉପହାରର ମୂଲ୍ୟ ନୁହେଁ ତା’ ଭିତରେ ଲୁକ୍କାୟିତ ଥିବା ଭାବନାକୁ ଦେଖା ଯାଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories