www.samajalive.in
Friday, December 5, 2025
20.1 C
Bhubaneswar

ସେରେନାଙ୍କ ଜୀବନର ସବୁଠାରୁ ବଡ଼ ପରାଜୟ

ଲସ୍‍ ଏଞ୍ଜେଲ୍‍ସ : ଆମେରିକାର ସେରେନା ୱିଲିୟମ୍‍ସ। ଦୀର୍ଘ ବର୍ଷ ଧରି ବିଶ୍ୱର ୧ନଂ ଖେଳାଳି ରହିଥିବା ସେରେନା ୨୩ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲ ସହ ମୋଟ ୩୯ଟି ଗ୍ରାଣ୍ଡସ୍ଲାମ୍‍ ଟାଇଟଲ ଜିତିଛନ୍ତି। ତାଙ୍କର ଏହି ଉଜ୍ଜ୍ୱଳମୟ ଟେନିସ ଜୀବନରେ ସେରେନା ୭୯୪ଟି ମ୍ୟାଚ୍‍ ଜିତିଥିବା ବେଳେ ୭୨ଟି ଡବ୍ଲୁଟିଏ ଟାଇଟଲ ଜିତିଛନ୍ତି। ତେବେ ମଙ୍ଗଳବାର ତାଙ୍କ ଜୀବନର ସବୁଠାରୁ ବଡ଼ ପରାଜୟ ଭୋଗିଛନ୍ତି ସେରେନା। ଲସ୍‍ ଏଞ୍ଜେଲ୍‍ସରେ ଚାଲିଥିବା ସାନ୍‍ ଜୋସ୍‍ ଓପନ୍‍ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସେରେନାଙ୍କୁ ୬-୧, ୬-୦ରେ ବ୍ରିଟେନ୍‍ର ୧ନଂ ଖେଳାଳି ୟୋହାନା କୋଣ୍ଟା ପରାସ୍ତ କରିଛନ୍ତି। ତାଙ୍କର ୨୩ ବର୍ଷ ଦୀର୍ଘ ଟେନିସ ଜୀବନରେ ସେରେନା କଦାପି ୬-୧, ୬-୦ ବ୍ୟବଧାନରେ ହାରିନଥିଲେ। ଏହି ମୁକାବିଲାକୁ ସେରେନା ମାତ୍ର ୫୧ ମିନିଟରେ ହାରି ଯାଇଥିଲେ।
ପ୍ରଥମେ ଅନ୍ତଃସତ୍ତ୍ୱା ରହିବା ଏବଂ ପରେ ସନ୍ତାନ ପ୍ରସବ କରିବା ଯୋଗୁଁ ୨୦୧୭ ସିଜିନ୍‍ରେ ୩୭ ବର୍ଷ ବୟସ୍କା ସେରେନା ୱିଲିୟମ୍‍ସ ପ୍ରାୟ ଖେଳିନଥିଲେ। ଏବେ ସେ ଟେନିସ ଦୁନିଆରେ ପୁଣି ପାଦ ଥାପିବାର ପ୍ରୟାସ କରୁଛନ୍ତି। ତଥାପି ଗତମାସରେ ସେରେନା ୱିମ୍ବଲଡନ୍‍ର ଫାଇନାଲରେ ପହଞ୍ଚି ପାରିଥିଲେ। ୧୦ମ ୱିମ୍ବଲଡନ୍‍ ଫାଇନାଲରେ ସେରେନାଙ୍କୁ ଜର୍ମାନୀର ଅ।।ଞ୍ଜେଲିକ୍‍ କର୍ବର ପରାସ୍ତ କରିଥିଲେ। ଏହାପରେ ସାନ୍‍ ଜୋସ୍‍ ଓପନ୍‍ ସେରେନାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା। ଏହି ମ୍ୟାଚ୍‍ରେ ୟୋହାନା କୋଣ୍ଟାଙ୍କ ବିପକ୍ଷରେ ସେରେନାଙ୍କର ସର୍ଭିସ୍‍ ୬ ଥର ଭାଙ୍ଗିଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ସେରେନା ୩ ଥର- ୨୦୧୧, ୨୦୧୨ ଓ ୨୦୧୪ରେ ଖେଳି ଚମ୍ପିଆନ୍‍ ହୋଇଥିଲେ। ପୂର୍ବରୁ ୨୦୧୭ ଅଷ୍ଟ୍ରେଲିଆ ଓପନ୍‍ରେ କୋଣ୍ଟାଙ୍କ ବିପକ୍ଷରେ ସେରେନା ଶେଷଥର ପାଇଁ ଖେଳି ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ସେରେନାଙ୍କୁ ଅତି ସହଜରେ ପରାସ୍ତ କରିବା ତାଙ୍କ ଟେନିସ ଜୀବନର ସବୁଠାରୁ ବଡ଼ ବିଜୟ ବୋଲି ୟୋହାନା କୋଣ୍ଟା କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories