www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ଉଠିଲା ତିନି ତଲାକ ବିରୋଧୀ ସ୍ୱର

ନୂଆଦିଲ୍ଲୀ : ଭାରତ ପରେ ଏବେ ପାକିସ୍ତାନରେ ଉଠିଛି ତତ୍କାଳ ତିନି ତଲାକ ବିରୋଧୀ ସ୍ୱର। ଭାରତୀୟ ସୁପ୍ରିମକୋର୍ଟ ତତ୍କାଳ ତିନି ତଲାକ କହି ବିବାହ ବିଚ୍ଛେଦ ଘଟାଇବା ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ବ୍ୟବସ୍ଥାକୁ ବେଆଇନ ଘୋଷଣା କରିଛନ୍ତି। ଏହାପରେ ପାକିସ୍ତାନରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ଅନୁପ୍ରାଣିତ ହୋଇ ପାକିସ୍ତାନର ଇସ୍‍ଲାମ ବିଚାରଧାରା ପରିଷଦ (ସିଆଇଆଇ) ତିନି ତଲାକକୁ ଦଣ୍ଡନୀୟ ଘୋଷଣା ଦିଗରେ ଉପରେ ବିଚାର କରୁଛି ବୋଲି ‘ଦି ଏକ୍ସପ୍ରେସ୍‍ ଟ୍ରିବ୍ୟୁନ୍‍’ ବୁଧବାର ରିପୋର୍ଟ ପ୍ରକାଶ କରିଛି। ଚଳିତମାସରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଦେଶରେ ଆଗାମୀ ସରକାର ଗଠନ ପରେ ପରିଷଦ ଏନେଇ ସୁପାରିସ କରିବ ବୋଲି ଏହାର ଅଧ୍ୟକ୍ଷ କିବଲ ଆୟାଜ କହିଛନ୍ତି। ସିଆଇଆଇ ପାକିସ୍ତାନର ଏକ ସାମ୍ବିଧାନିକ ପ୍ରତିଷ୍ଠାନ, ଯାହା ପାକ୍‍ ସରକାରଙ୍କୁ ଇସ୍‍ଲାମ ସମ୍ବନ୍ଧୀୟ ଆଇନଗତ ପରାମର୍ଶ ପ୍ରଦାନ କରିଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories