www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ଧୁତ୍ୱ ଦିବସର ନୂଆ ବାର୍ତ୍ତା ‘ଆସ ଗଛକୁ କରିବା ମିତ’

ବ୍ରହ୍ମପୁର: ବିଶ୍ୱ ବନ୍ଧୁତ୍ୱ ଦିବସରେ ନୂଆ ବାର୍ତ୍ତା ଦେଇଛି ଗଂଜାମ ଜିଲ୍ଲାର କିଛି ଯୁବପିଢୀ। ନିଜ ସାଙ୍ଗ ସାଥି ବନ୍ଧୁବାନ୍ଧବଙ୍କୁ ଶୁଭେଚ୍ଛା ଜଣାଇବା ସହ ଗଛକୁ ଭଲପାଇବା ଓ ତା ସହ ମିତ ବସିବାକୁ ଆହ୍ବାନ ଦେଇଛନ୍ତି।ପରିବେଶର ସୁରକ୍ଷା ପାଇଁ ଏକ ମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ। ବୃକ୍ଷ ହିଁ ମନୁଷ୍ୟ ଜୀବନର ପ୍ରକୃତ ବନ୍ଧୁ। ତେଣୁ ପରିବେଶ ସୁରକ୍ଷା ପାଇଁ ‘ପିଲାଟିଏ ଗଛଟିଏ’ କାର୍ୟ୍ୟକ୍ରମ ମାଧ୍ୟମରେ ଏକ ମାସରେ ଗଂଜାମ ଜିଲ୍ଲାରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି।

- Advertisement -

ଆଜି ବନ୍ଧୁତ୍ୱ ଦିବସ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ସହରରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଗଛ କାଟି ସମାଜର ଶତ୍ରୁ ହେବା ବଦଳରେ ଚାରା ରୋପଣ କରି ଗଛ ସହ ମିତ୍ରତା ସ୍ଥାପନ କରିବାକୁ ଛାତ୍ରଛାତୀମାନେ ବାର୍ତ୍ତା ଦେଇଛନ୍ତି। ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗଂଜାମ ଜିଲାପାଳ ବିଜୟ ଅମୃତ କୁଲାନଂଗେ, ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗଦେଇ ଶତାଧିକ ବର୍ଷ ପୁରୁଣା ଏକ ବରଗଛରେ ବନ୍ଧୁତ୍ବର ଡୋରି ବାନ୍ଧିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories