www.samajalive.in
Friday, December 5, 2025
20.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ବନ୍ଧୁତା ପରେ ବନ୍ଧୁଙ୍କ ପାଖକୁ ଯାଇଥିବା ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

ନ୍ୟୁୟର୍କ  . – ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ସ୍ମାର୍ଟ ଫୋନ୍‌ରେ ବନ୍ଧୁତା ପାଇଁ ବିଭିନ୍ନ ଆପ୍‌ ପ୍ରସିଦ୍ଧ । ମାତ୍ର ଏପରି ଏକ ଆପ୍‌ରେ ବନ୍ଧୁତା କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ନିଜର ଜୀବନ ହରାଇଛନ୍ତି । ଏପରି ଘଟଣା ଆମେରିକାର ନେବ୍ରାସ୍କାରେ ଘଟିଛି । ଯୁବତୀଙ୍କ ଶବ ୧୪ ଖଣ୍ଡ କରି ଅଭିଯୁକ୍ତ ଫିଙ୍ଗିଥିବା ବେଳେ ପୁଲିସ ଏହାକୁ ଉଦ୍ଧାର କରିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି ।

ନେବ୍ରାସ୍କାର ଆମୋହା ଅଞ୍ଚଳରେ ୨୪ ବର୍ଷୀୟା ସିଡ୍‌ନୀ ଲୁଫେ ଏକ ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ବନ୍ଧୁତା କରିଥିଲେ । ୫୨ ବର୍ଷୀୟ ଆବ୍ରେ ଟ୍ରେଲ୍‌ଙ୍କ ସହ ସେ ବନ୍ଧୁତା କରିଥିଲେ । ପରେ ସେମାନଙ୍କ ମଧ୍ୟରେ ମିଳାମିଶା ହୋଇଥିଲା ।  ମିଳାମିଶା ବେଳେ ଲୁଫେଙ୍କର ମୃତ୍ୟୁ ହୋଇଥିବା ଆବ୍ରେ ବୟାନ ଦେଇଛନ୍ତି । ମାତ୍ର ପୁଲିସ ଏହାକୁ ଗ୍ରହଣ କରିପାରି ନାହିଁ । ଆବ୍ରେଙ୍କ ସହ ତାଙ୍କର ଆଉଜଣେ ବାନ୍ଧବୀଙ୍କୁ ପୁଲିସ ଗିରଫ କରିଛି । ଲୁଫେଙ୍କୁ ଫସାଇ ହତ୍ୟାକରାଯାଇଛି ବୋଲି ପୁଲିସ ସୂଚନା ଦେଇଛି । ଏହି ହତ୍ୟା ମାମଲା ପ୍ରମାଣିତ ହେଲେ ଆବ୍ରେଙ୍କୁ ମୃତ୍ୟୁଦଣ୍ଡ ହେବାର ସମ୍ଭାବନା ଅଧିକ ବୋଲି ସରକାରୀ ଆଇନଜୀବୀ ସୂଚନା ଦେଇଛନ୍ତି।

- Advertisement -

ଆଲେଖ୍ୟ ଓ ଗ୍ରାଫିକ୍ସ – ଜିତ୍‌ ପଟ୍ଟନାୟକ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories