www.samajalive.in
Saturday, December 6, 2025
26.1 C
Bhubaneswar

ମୁହଁର ଦାଗ ଦୂର କରି ଗୋରା ଓ ଚିକ୍କଣ କରେ ପୁଦିନା

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ପୁଦିନାରେ ଅନେକ ଔଷଧୀୟ ଗୁଣ ରହିଛି। ପୁଦିନା ପତ୍ରକୁ ଆମେ ଖାଦ୍ୟ କିମ୍ବା ପାନୀୟରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ପୁଦିନା ବିଶେଷ ଭାବେ ସହାୟକ ହୋଇଥାଏ। ତ୍ୱଚାର ଦାଗ ଦୂର କରିବା ସହ ଏହା ତ୍ୱଚାକୁ ସଫା ଓ ସୁନ୍ଦର ମଧ୍ୟ କରିଥାଏ। ଏହାର ବ୍ୟବହାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ତ୍ବଚା ପାଇଁ ପୁଦିନା କେତେ ଉପକାରୀ –

ତ୍ବଚାକୁ ପୋଷଣ ଯୋଗାଇଥାଏ : ପୁଦିନା ତ୍ୱଚାକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ର ରସକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ସତେଜ ଲାଗିଥାଏ। ପୁଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାର ଲୋମକୁପ ଖୋଲିଯାଇଥାଏ। ପୁଦିନା ପତ୍ର ରସରେ ଦହି ଓ ମହୁ ମିଶାଇ ତ୍ୱଚାରେ ଲଗାଇବା ଦ୍ବାରା ବହୁତ ଲାଭ ମିଳିଥାଏ।

- Advertisement -

ରଙ୍ଗ ଗୋରା କରିବା ସହ ତ୍ବଚାକୁ ଚିକ୍କଣ କରିଥାଏ : ଶୁଷ୍କ ତ୍ବଚାରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟରେ ପୁଦିନା ସାମିଲ କରନ୍ତୁ। ଯଦି ଆପଣ ଏହାକୁ ତ୍ବଚାରେ ନିୟମିତ ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚା ଗୋରା ଓ ଚିକ୍କଣ ଦେଖାଯିବ।

ଟ୍ୟାନିଙ୍ଗରୁ ରକ୍ଷା କରେ : ଖରା ସଂସ୍ପର୍ଶରେ ତ୍ୱଚା ଆସିଲେ ଟ୍ୟାନିଙ୍ଗ୍ ହେବାର ଆଶଙ୍କା ଥାଏ। ଟ୍ୟାନିଙ୍ଗ୍ ଦୂର କରିବା ପାଇଁ ପୁଦିନାରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ବହୁତ ଲାଭଦାୟକ ହୋଇଥାଏ। ପୁଦିନା ପତ୍ର ପେଷ୍ଟ ଲଗାଇବା ଦ୍ୱାରା ଟ୍ୟାନିଙ୍ଗ୍ ସମସ୍ୟା ଦୂର ହୋଇଥାଏ।

ବ୍ରଣ ଦୂର କରେ : ପୁଦିନା ବ୍ରଣ ସମସ୍ୟା ଦୂର କରିଥାଏ। ସେଥିପାଇଁ ଅଧିକାଂଶ ମହିଳା ମିଣ୍ଟ ମାସ୍କ ବ୍ୟବହାର କରିଥାନ୍ତି। ଏଥିରେ ସେଲିସିଲିକ୍ ଏସିଡ୍ ରହିଛି, ଯାହା ବ୍ରଣ ଆଦିକୁ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହାକୁ ଗ୍ରାଇଣ୍ଡିଂ କରି ଲଗାଇପାରିବେ ନହେଲେ ଏଥିରେ ଅଳ୍ପ ପରିମାଣର ଗୋଲାପ ଜଳ ମିଶାଇ ଲଗାଇ ପାରିବେ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories