www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଶାସନ ଓ ନାଗରିକ ଏକାଦାଶ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ

ସମ୍ବଲପୁର: ସ୍ୱାଧୀନତା ଦିବସରେ ସମ୍ବଲପୁରର ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ୪ସି ପଡିଆଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଦୁଇ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମନ୍ତ୍ରୀ କହିଥିଲେ ଯେ, ସମ୍ବଲପୁରର ଏହା ଏକ ନିଆରା ପରମ୍ପରା। ଅନେକ ବର୍ଷ ହେଲା ଜିଲା ପ୍ରଶାସନ ସହିତ ନାଗରିକଙ୍କର କେମିତି ଏକ ସୁନ୍ଦର ଭାବ ବିନିମୟ ହେବ ଏବଂ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରହିବ ସେଥିପାଇଁ ବିଭିନ୍ନ ବିଶେଷ ଦିନରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଓ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥାଏ। ମନ୍ତ୍ରୀ ବ୍ୟାଟିଂ କରି  ମ୍ୟାଚକୁ ଉଦଘାଟନ କରିଥିଲେ।

ନାଗରିକ ଏକାଦଶର ଅଧିନାୟକ ସୁଧୀର ବହିଦାର ଓ ପ୍ରଶାସନ ଏକାଦଶର ଅଧିନାୟକ ଅତିରିକ୍ତ ଜିଲାପାଳ ସୁଧାଂଶୁ ଭୋଇ ନିଜ ନିଜ ଦଳର ଖେଳାଳିଙ୍କ ସହ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ, ସମ୍ମାନିତ ଅତିଥି ଜିଲାପାଳ ସିଦ୍ଧେଶ୍ବର ଵଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ଓ ମହାନଗର ନିଗମର ଆୟୁକ୍ତ ରୋହନ କ୍ଷେତ୍ରୀଙ୍କୁ ପରିଚିତ କରାଇଥିଲେ।

- Advertisement -

ପ୍ରଥମେ ବ୍ୟାଟିଂ କରି  ନାଗରିକ ଏକାଦଶ ୧୦ ଓଭରରେ ୧୧୮ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୧୧୮ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଅମ୍ପାୟାର ସୁରଜ ବାଗ ମ୍ୟାଚକୁ ଡ୍ର ଘୋଷଣା କରିଥିଲେ। ଶେଷରେ ବିନା ହାର ଜିତରେ ଶେଷ ହୋଇଥିବା ମ୍ୟାଚ ରେ ପ୍ରଶାସନ ଏକାଦଶ  ନାଗରିକ ଏକାଦଶ କ ବିଜେତା ଟ୍ରଫି ପ୍ରଦାନ କରିବା ସହ ବନ୍ଧୁତ୍ୱ ଭାବର ପରିପ୍ରକାଶ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories