ମହାଶିବରାତ୍ରୀ: ଏମିତି କଟିବ ଆଜିର ଦିନ, ଏହି ରାଶି ପାଇଁ ଶୁଭ

ମେଷ- ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବାର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମପ୍ରବର ଓ କର୍ମଠ ହେବେ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନମ୍ର ସ୍ବଭାବସମ୍ପନ୍ନ ହେବେ।

ବୃଷ- ନର୍କରୁ ପ୍ରାଣ ପାଇବା ଭଳି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସୂତ୍ରରୁ ବିପୁଳ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ। ପ୍ରୀତିପନ୍ନା ହେବେ। ସୁବକ୍ତା ହେବେ। ସ୍ବାଦିଷ୍ଟ ଭୋଜନ ମିଳିବ।

ମିଥୁନ- ପରତର୍କରେ ନିମଜ୍ଜିତ ହୋଇ ଅର୍ଜନ କରିଥିବା ସୁନାମକୁ କଳଙ୍କ ମୁକ୍ତ ରଖନ୍ତୁ। ଆଜିର ଜୀବନ ଯୁଦ୍ଧରେ ପରାଜିତର ଭୟ ରହିଛି। ଦୀର୍ଘ ଦିନରୁ ସରକାରଙ୍କ ଉପରେ ଥିବା ବକେୟା ପ୍ରାପ୍ୟ ମିଳିପାରେ।

କର୍କଟ- ଶାସ୍ତ୍ର ବିହୀନ କର୍ମରୁ ଓହରି ଯାଇପାରନ୍ତି। ମନ ମଧ୍ୟରେ ମହାଭୟ ସଞ୍ଚାର ହୋଇପାରେ। ଉଗ୍ର ସ୍ବଭାବସମ୍ପନ୍ନ ହେବେ। ଶତ୍ରୁକୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି। ଐଶ୍ବର‌୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ- ସାଧାରଣ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ସକଳ ଶାସ୍ତ୍ର ଅଧ୍ୟୟନ କରି ରାଜସଭାରେ ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ।

କନ୍ୟା- ବହୁ ସୁଖର ଅଧିକାରୀ ହେବେ। ସାଧୁସେବାରୁ ଓ ଦେବ,ଦ୍ବିଜଙ୍କ ଆଶୀର୍ବାଦରୁ ସନ୍ତାନମାନଙ୍କର ଅଶେଷ କଲ୍ୟାଣ ସାଧିତ ହେବ। ବିଦ୍ୟା ପ୍ରାପ୍ତ ପରେ ଲେଖାଲେଖିରେ ମନୋନିବେଶ କରିପାରନ୍ତି।

ତୁଳା- ଅନୁକୀର୍ତ୍ତନରୁ ସୁଖ ଲାଭ କରିପାରନ୍ତି। ହାସ୍ୟ ମୁଖରେ ଉପଦେଶ ଦେଇ ସହକର୍ମୀ ଓ ଅଧସ୍ତନମାନଙ୍କର ମନମୋହି ପାରନ୍ତି। ସମର କ୍ଷେତ୍ରରେ କର ବା ମର ମନୋବୃତ୍ତିର ହେବା ଆଶା କରାଯାଏ।

ବିଛା- କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ସନ୍ତାନ ଲାଳସାରେ ଜପ, ତପ ଇତ୍ୟାଦି ଧର୍ମୀୟ ଭାବନାଯୁକ୍ତ ହୋଇପାରନ୍ତି। ବିଜୟ ସ୍ବଭାବ ସମ୍ପନ୍ନ ହେବେ। ନିଷ୍ଠା ଓ କର୍ମତତ୍ପର ହୋଇପାରନ୍ତି।

ଧନୁ- ଆପଣଙ୍କ କାର‌୍ୟ୍ୟକଳାପରେ ଜନସାଧାରଣ ଅଭିଭୂତ ହୋଇପାରନ୍ତି। ପତ୍ନୀ ଯଦିଓ ପ୍ରକାଶ୍ୟରେ ନୁହେଁ, ତଥାପି ମନ ମଧ୍ୟରେ ଲୁକ୍‌କାୟିତ ଭାବେ ବିରକ୍ତ ଭାବର ହୋଇପାରନ୍ତି। ଧନାଗମ ହୋଇପାରେ।

ମକର- ଧନଲାଭରୁ ବଞ୍ଚିତ ହୋଇପାରନ୍ତି। ଘଟଣାଚକ୍ରରେ ପଡ଼ି ବିବାଦଶୀଳ ହେବାର ସୂଚନା ମିଳୁଛି। ଗୁଣର ପ୍ରସାର ଘଟାଇବାକୁ ସୁଯୋଗ ମିଳିନପାରେ। ଦୁଷ୍ଟ ସ୍ବଭାବରୁ ନିବୃତ୍ତି ଗଲେ ମନରେ ସୁଖ ଆସିବ।

କୁମ୍ଭ- ଉଦାରତା ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର‌୍ୟ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଈଶ୍ବର ବିଶ୍ବାସୀ ହୋଇପାରନ୍ତି।

ମୀନ- ଉତ୍ତମ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରଖର ବୁଦ୍ଧିସମ୍ପନ୍ନ ହେବେ। ବାକ୍ୟ ପଟୁ ହୋଇପାରନ୍ତି। ପ୍ରିୟ ଲୋକଙ୍କ ଦର୍ଶନ ପାଇ ଉତ୍‌ଫୁଲ୍ଲିତ ହେବେ। ଗରିବଙ୍କ ସାହା ହେବେ।

Comments are closed.