www.samajalive.in
Monday, December 8, 2025
14.1 C
Bhubaneswar

ଶୁକ୍ରବାର ରାଶିଫଳ ୧୧.୦୬.୨୦୨୧

ମେଷ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ଥଣ୍ଡାକଫରେ ଧୈର୍ଯ୍ୟ ହାନି ଘଟିପାରେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର ମିଳିବ।
ବୃଷ: ସମ୍ମାନିତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶବାଦୀ ହେବେ। ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହେବ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଭୋଜନ ମିଳିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ।
କର୍କଟ: ମୂଲ୍ୟବାନ୍‌ ଦ୍ରବ୍ୟ କିଣାରେ ବହୁ ବ୍ୟୟ ହେବ। କର୍ମ ଚଞ୍ଚଳ ରହିବେ; ତଥାପି କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ସ୍ନେହପୂର୍ଣ୍ଣ କଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ। ସାହସୀ ଓ ଜ୍ଞାନୀ ହେବେ।
ସିଂହ: ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଯଶ୍ବସୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ମାନ୍ୟତାପ୍ରାପ୍ତ ହେବେ। ଜ୍ୟୋତିଷ ଶାସ୍ତ୍ର ଓ ତନ୍ତ୍ର ମନ୍ତ୍ରାଦିରେ ରୁଚି ରହିବ। ଧନ ଅର୍ଜନ କରିବେ।
କନ୍ୟା: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ୍ବସୀ ହେବେ। ନିଜ ପରିବାର ପ୍ରତି ସ୍ନେହ-ସଦିଚ୍ଛା ଭାବ ରହିବ। ଶ୍ରମ ସାର୍ଥକ ହେବ।
ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ସମୟ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରି ପାରନ୍ତି। ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ସ୍ବାଭିମାନୀ ହୋଇପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ବହୁ ଘଟଣାରେ ମୁରବିତ୍ବ ଦେଖାଇ ପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
ଧନୁ: ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତି ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ବିଶେଷ ଉପକୃତ ହୋଇପାରନ୍ତି। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।
ମକର: ଶତ୍ରୁର ଉପସ୍ଥିତି ବିବ୍ରତ କରିପାରେ। ସୁସ୍ଥ ଶରୀର ଓ ବଳ-ବିକ୍ରମ ପ୍ରୟୋଗକରି ଶତ୍ରୁ ଦମନ କରିପାରନ୍ତି। ଚାକିରି ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ବନ୍ଧୁ​ଦ୍ଵେଷୀ ହୋଇପାରନ୍ତି।
କୁମ୍ଭ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନର ସହାୟତା ପାଇବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।
ମୀନ: ଅନେକ କ୍ଷେତ୍ରରୁ ସମ୍ମାନ ମିଳିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। କୃଷି କର୍ମକାରୀ ହେବେ। ଯଶ୍ବସୀ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories