ଶୁକ୍ରବାର ରାଶିଫଳ ୨୫.୦୩.୨୦୨୨

ମେଷ: ଭାଗ୍ୟ ବିଧାତାଙ୍କ ଛତ୍ରଛାୟା ତଳେ ରହି ସୁଖ ଭୋଗ କରିବେ। ସମୃଦ୍ଧି ମାର୍ଗରେ ଅଗ୍ରସର ହେବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇ ପାରନ୍ତି। ସନ୍ତାନ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ସ୍ବାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନଙ୍କଠାରୁ ସହାୟତା ଆଶା କରିବା ବୃଥା ହୋଇପାରେ। ଜଳଯାତ୍ରା ନ କରିବା ଭଲ। ଅସୁସ୍ଥତାରୁ ଉଧୁରିଯାଇ ପାରନ୍ତି।
ମିଥୁନ: ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରିବେ। ଶାନ୍ତ ଓ ଧୈର୍ଯ୍ୟଶୀଳ ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
କର୍କଟ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଐଶୀ କୃପାରୁ ଶତ୍ରୁର ଗତିରୋଧ କରିବାରେ ପାରଙ୍ଗମ ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହୋଇପାରନ୍ତି। ସୁସ୍ଥ ରହିବେ।
ସିଂହ: ହଠାତ୍‌ କିଛି ଧନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। କର୍ମଚଞ୍ଚଳ ରହିବେ। ବାଣିଜ୍ୟ କାରବାରାଦି ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।
କନ୍ୟା: କୃଷି କର୍ମରୁ ଆୟର ମାତ୍ରା ବୃଦ୍ଧି ପାଇବ। ବ୍ୟକ୍ତତ୍ବର ବିକାଶ ଘଟିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ।
ତୁଳା: ସାମାଜିକ ସ୍ଥିତିରେ ଆତ୍ମିକ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ସର୍ବସୁଖ ଭୋଗ କରି ଜୀବନକୁ ମଧୁମୟ କରିପାରନ୍ତି।
ବିଛା: ଭାଗ୍ୟୋଦୟର ସୂଚନା ମିଳୁଛି। ମଧୁର ଭାଷା ଓ ବ୍ୟବହାର ଆପଣକୁ ସକଳ କ୍ଷେତ୍ରରେ ପ୍ରତିଷ୍ଠା କରିପାରେ। ସହନଶୀଳ ମନୋଭାବ ଯୋଗୁ ସହଯୋଗୀଙ୍କ ଆଦରଣୀୟ ହେବେ। ଧନାଗମ ହେବ।
ଧନୁ: ଅପୂର୍ଣ୍ଣତାରୁ ପୂର୍ଣ୍ଣତା ପ୍ରାପ୍ତି ଦିଗରେ ଅଗ୍ରସର ହେବେ। ଉପହାର, ଶୁଭେଚ୍ଛା ପ୍ରାପ୍ତ ହେବେ। ସଶକ୍ତ ଅତ୍ମବଳରେ ବଳୀୟାନ ହୋଇପାରନ୍ତି। ସୁଷମ ଖାଦ୍ୟପେୟରେ ଆପ୍ୟାୟିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି।
ମକର: ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ଧୈର୍ଯ୍ୟବଳରେ ସଫଳତା ମିଳିବ। ଜ୍ଞାନର ଅବତରଣ କଲେ ଶାନ୍ତି ମିଳିବ। ଦିନସାରା ବ୍ୟୟ ଉପରେ ବ୍ୟୟ ବଢ଼ି ଚାଲିବ।
କୁମ୍ଭ: ଚେତନାର ଉଳ ପ୍ରଦୀପ ହେବେ। ପରୋପକାରାୟ ସ୍ବର୍ଗାୟ ନୀତିଯୁକ୍ତ ହୋଇ କୃପା ନିଧାନଙ୍କ କୃପାପାତ୍ର ହେବେ। ଶାଶ୍ବତ ସତ୍ୟର ମର୍ମ ଅନୁଭବ କରିପାରନ୍ତି। ଆୟ ଊଣା ହେବ ନାହିଁ। କର୍ମବୀର ହେବେ।
ମୀନ: ସୂର୍ଯ୍ୟାଲୋକ ପରି ଜୀବନକୁ ଉଳମୟ କରିପାରନ୍ତି। ଦୟାଳୁ ସ୍ବଭାବ ଯୋଗଁୁ ଆଶୀର୍ବାଦ ପ୍ରାପ୍ତ ହେବେ। ବିନା ଚେଷ୍ଟାରେ ଅର୍ଥାଗମ ହେବ। ପାରିବାରିକ ଜୀବନ ମଧୁମୟ ହେବ। ସୁଯଶ ଯୁକ୍ତ ହେବେ।

Comments are closed.