www.samajalive.in
Monday, December 15, 2025
17.1 C
Bhubaneswar

ଫ୍ରାନ୍ସର ଐତିହାସିକ ପାର୍କରେ ସଫେଇ କରୁଛନ୍ତି କାଉ

ୱେଣ୍ଡି: ଫ୍ରାନ୍ସର ଐତିହାସିକ ପାର୍କ “ଫ୍ୟୁ ଡୁ ଫୋଉ’ରେ ଆବର୍ଜନା ଉଠାଇବା ପାଇଁ କାଉ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଏହି ପ୍ରକ୍ରିୟାରେ ଅଦ୍ୟାବଧି ୬ଟି କାଉ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରିଛନ୍ତି। ପାର୍କର ଘାସ ଗାଲିଚା ଉପରେ ସିଗାରେଟ ଖଣ୍ଡ ହେଉ କିମ୍ବା ଛୋଟଛୋଟ ପିଲାଙ୍କ ଦ୍ୱାରା ଚକଲେଟ ଖୋଳ ଉଠାଇ ନେଇ ଆବର୍ଜନା ବାକ୍ସରେ ପକାଇବା ପାଇଁ କାଉମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ପାର୍କରେ ବୁଲିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାର୍କର ପ୍ରବନ୍ଧକ ଏଭଳି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। “ମାନବ ଜାତି ଯଦି ପରିବେଶ ପ୍ରତି ଜତ୍ନବାନ ନହୁଏ ତେବେ ପରିବେଶ ନିଜେ ନିଜ ଧ୍ୟାନ ରଖିପାରେ’ ଏହାକୁ ବୁଝାଇବା ପାଇଁ ପାର୍କରେ କାଉମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି।
ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ନିକୋଲସ ଡିବିଲିୟର୍ସଙ୍କ କହିବା ଅନୁଯାୟୀ ତାଙ୍କ ପିତା ଫିଲିପ ଡିବିଲଇୟର୍ସ ଏହି ପାର୍କର ନିର୍ମାଣ ୧୯୭୭ରେ କରିଥିଲେ। ୧୪ଶହ ଶତାବ୍ଦିଠାରୁ ଆରମ୍ଭ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଫ୍ରାନ୍ସର ରାଜନୈତିକ ଓ ସାମାଜିକ ଘଟଣାକ୍ରମକୁ ଏହି ପାର୍କରେ ସ୍ଥାନିତ କରାଯାଇଛି। ମୁଖ୍ୟତଃ ଫ୍ରେନ୍‍ଚ କ୍ରାନ୍ତି ସମ୍ପର୍କିତ ଘଟଣାକ୍ରମକୁ ନାଟକ ମାଧ୍ୟମରେ ଏଠାରେ ଉପସ୍ଥାପନ କରାଯାଏ। ଏହି ନାଟକର ମୁଖ୍ୟ ପାତ୍ର ଭାବେ ମାଉ ପିଲରଙ୍କୁ ଦର୍ଶାଯାଇଛି। ଫ୍ରେ୍‍ନଚ କ୍ରାନ୍ତିରେ ଏହି ବ୍ୟକ୍ତିଜଣକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସଫେଇ ପାଇଁ “ରୁକ’ ପ୍ରଜାତିର କାଉଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ଏହା ବ୍ୟତୀତ କୋରିଆନ କାଉ, ଜୋକଡ଼ା ଓ ରୋବନ ପ୍ରଜାତିର କାଉଙ୍କୁ ମଧ୍ୟ ତାଲିମରେ ସାମିଲ କରାଯାଇଛି। ଏହି ପ୍ରଜାତିର କାଉ ମଣିଷଙ୍କ ଭାଷା ସଠିକ ଭାବେ ବୁଝିବା ସହ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories