www.samajalive.in
Saturday, December 6, 2025
16.1 C
Bhubaneswar

ଜନ୍ମ ନେଲା ଚାରି ଗୋଡ଼ ବିଶିଷ୍ଟ ଅଦ୍ଭୁତ ଶିଶୁ 

ଏକ ନବଜାତ ଶିଶୁ ଜନ୍ମ ହେଉ ହେଉ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହା କୌଣସି ସାଧାରଣ ଶିଶୁ ନୁହେଁ। ଲୋକେ ଏହାକୁ ପ୍ରକୃତିର ବିସ୍ମୟ ବୋଲି ମଧ୍ୟ କହିଛନ୍ତି। ଏହି ଘଟଣା ଉତ୍ତରପ୍ରଦେଶ ସ୍ଥିତ ଗୋରଖପୁର ଜିଲାର।
ଏହି ନବଜାତ ଅନ୍ୟମାନଙ୍କ ଠାରୁ ଭିନ୍ନ। କାରଣ ଏହି ଶିଶୁର ଚାରୋଟି ଗୋଡ଼ ଓ ଦୁଇଟି ଲିଙ୍ଗ ରହିଛି। ଏହି ଶିଶୁକୁ ଦେଖି ହସ୍ପିଟାଲର ଡାକ୍ତରଙ୍କ ସମେତ ସାରା ଗାଁ ଲୋକେ ଏହା ଏକ ଅଦ୍ଭୁତ ସୃଷ୍ଟି ବୋଲି କହିଛନ୍ତି। ସୂଚନା ଅନୁସାରେ, ଗୋରଖପୁର ଜିଲା ସ୍ଥିତ ହରପୁର ବୁଦ୍‍ହଟ୍‍ ଥାନା ଅଞ୍ଚଳର ଜିଗିନା ଗ୍ରାମରେ ଭୁଲନ ନିଷାଦ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଭୁଲନଙ୍କ ପତ୍ନୀ ରମ୍ଭାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଶନିବାର ଭୁଲନଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଶିଶୁର ଦୁଇଟି ବଦଳରେ ଚାରୋଟି ଗୋଡ଼ ଓ ଦୁଇଟି ଲିଙ୍ଗ ରହିଛି। ଏହି ଶିଶୁ ବିଷୟରେ ଯେତେବେଳେ ଗ୍ରାମବାସୀ ଖବର ପାଇଲେ ସେତେବେଳେ ତାକୁ ଦେଖିବା ପାଇଁ ଡାକ୍ତରଖାନାରେ ଭିଡ଼ ଜମାଇଥିଲେ। ହେଲେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଦେଖି ସେଠାକାର ଡାକ୍ତର ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories