www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପି ଉତ୍ତରପ୍ରଦେଶରେ ହାରିଲେ ସମଗ୍ର ଦେଶରେ ହାରିଯିବ: ଅଖିଳେଶ

ନୂଆଦିଲ୍ଲୀ:ବିଜେପି ଯଦି ଉତ୍ତର ପ୍ରଦେଶରେ ହାରିଯାଏ ତେବେ ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦଳକୁ ପରାଜୟର ସାମ୍‍ନା କରିବାକୁ ପଡ଼ିବ। ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଶାସନ କରିବା ପାଇଁ ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ସ୍ୱପ୍ନ ମାତ୍ର ୫୦ ସପ୍ତାହ ଭିତରେ ଭାଙ୍ଗିଯିବ। ଏନ୍‍ଡିଟିଭିରେ ଯୁବ ସମ୍ମେଳନକୁ ସମ୍ବୋଧିତ କରିବା ଅବସରରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି।
ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ପରାଜୟ ସମ୍ପର୍କରେ ଅଖିଳେଶ କହିଛନ୍ତି ଯେ ଆରଏସଏସ୍‍ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ତେଣୁ ଲୋକେ ବିଜେପିକୁ ଭୋଟ ଦେଇଥିଲେ। ଦେଶକୁ ସୁରକ୍ଷିତ ରଖିବାକୁ ହେଲେ ଆରଏସ୍‍ଏସ୍‍ଠାରୁ ଦୂରେଇ ରହିବାକୁ ପଡ଼ିବ। ଆରଏସ୍‍ଏସ୍‍ ଆମକୁ ଜାତିଭିତ୍ତିରେ ଭାଗ ଭାଗ କରିବାକୁ ଚାହୁଁଛି। ଯୁବ ପିଢ଼ିଙ୍କୁ ଯଦି ଜାତି ଭିତ୍ତିରେ ଲଢ଼େଇ କରିବାରେ ଅଭ୍ୟସ୍ତ କରି ଦିଆଯିବ ତେବେ ସେମାନେ ଚାକିରି କିମ୍ବା ରୋଜଗାର ପାଇଁ ଦାବି କରିବେ ନାହଁ। ଏହା ହିଁ ବିଜେପିର ନୀତି। କଳାଧନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷେ୍ନø ଆସିଥିଲେ କିନ୍ତୁ କଳାଧନ ପାଇଲେ ନାହିଁ। ନିର୍ବାଚନ ପରେ ହିଁ ମିଳିତ ଦଳର ନେତା ନିର୍ବାଚିତ କରାଯିବ ବୋଲି ଅଖିଳେଶ କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories