www.samajalive.in
Monday, December 15, 2025
24.1 C
Bhubaneswar

ଆଦିବାସୀ ମେଳାରେ ୪କୋଟି ବ୍ୟବସାୟ

ଭୁବନେଶ୍ୱର: ରାଜ୍ୟର ଜନଜାତି ଜୀବନର ମହାକୁମ୍ଭ ରୂପେ ପରିଚିତ ଆଦିବାସୀ ମେଳା ସୋମବାର ସନ୍ଧ୍ୟାରେ ତିନି ନମ୍ବର ୟୁନିଟ୍‌, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଯାପିତ ହୋଇଛି । ୧୦ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ ଆଶାନୂରୂପ ହୋଇଥିବାବେଳେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀର ବେପାର ଖୁବ୍‌ ଉତ୍ସାହଜନକ ଥିଲା। ପ୍ରତିଦିନ ଅପରାହ୍ଣ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ମେଳା ପରିସରରେ ଦର୍ଶକଙ୍କ ପ୍ରବଳ ଗହଳି ଲକ୍ଷ୍ୟ କରାଯାଇଥିଲା। କୋଭିଡ୍‌ କଟକଣା ଆଧାରରେ ଆଦିବାସୀ ମେଳାରେ ଆଦିବାସୀ ଗାଁର ମଡେଲ୍‌ ନଥିଲା, ତଥାପି ପ୍ରଚୁର ଜନସମାଗମ ଆଦିବାସୀ ମେଳା ପ୍ରତି ଭଲ ପାଇବା ଭାବ ସୂଚାଇ ଦେଉଥିଲା। ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ପଦାର୍ଥଗୁଡ଼ିକର ବହୁଳ ପ୍ରଦର୍ଶନ ଓ ବିକି୍ର ନିମନ୍ତେ ଏହି ମେଳା ଏକ ବଡ଼ ବଜାର ସୃଷ୍ଟି କରିଆସିଛି । ଦଶ ଦିନ ଧରି ଚାଲିଥିବା ଆଦିବାସୀ ମେଳାରେ ଚାରିକୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଥିବାର ପ୍ରାଥମିକ ଅଟକଳରୁ ଜଣାପଡ଼ିଛି। ବିଗତ ବର୍ଷଗୁଡ଼ିକର ଆଦିବାସୀ ମେଳା ସହ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ଥିଲା ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହି ମେଳାରେ ସେମାନଙ୍କ ଜୀବନଜୀବିକାର ଲଢ଼େଇ ସହିତ କିଛିଟା ଝଲକ୍‌ ମେଳା ପରିସରରେ ଖୋଲିଥିବା ମଣ୍ଡପଗୁଡ଼ିକରେ ଦେଖିବାକୁ ମିଳିଥିଲା। ଦଶ ଦିନ ମଧ୍ୟରେ ପ୍ରାୟ ୬ ଲକ୍ଷ ୫୦ ହଜାର ଲୋକ ମେଳା ପରିଦର୍ଶନ କରିଥିଲେ।
ଆଦିବାସୀ ମେଳାରେ କାରବାର କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥାଗୁଡ଼ିକୁ ଆଜିର ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ନିର୍ଦେଶିକା ଗୁହା ପୁନମ ତାପସ କୁମାର ଓ ସଦସ୍ୟ ସଚିବ ତଥା ମେଳାର ନୋଡାଲ ଅଫିସର ପ୍ରଫେସର ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଫେସର ଓତାଙ୍କ ଦ୍ୱାରା ସଂପାଦିତ ଦୁଇଟି ପୁସ୍ତକ ଯଥା “Tribal Tradition and Culture of Odisha” ଏବଂ ‘ଓଡ଼ିଶାର ଜନଜାତି ପରମ୍ପରା ଓ ସଂସ୍କୃତି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଆଜି ‘ସରଗିଫୁଲ’ର ଏକ ୟୁଟ୍ୟୁବ ଚ୍ୟାନେଲ୍‌ର ଶୁଭାରମ୍ଭ ହୋଇଥିଲା। ସରଗୀଫୁଲ ୨୦୨୧ ଉତ୍ସବରେ ଉତ୍ତମ ପ୍ରଦର୍ଶନ କରିଥିବା ରାୟଗଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ମେଳା ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ତମ ପ୍ରଦର୍ଶନ, ନିଜସ୍ୱ ଉତ୍ପାଦିତ ସାମଗ୍ରୀର ବିକ୍ରୟ ଆଧାରରେ ଆଇଟିଡିଏ, ପାନପୋଷର ସଂଜୀବନୀ ଏସ୍‌ଏଚ୍‌ଜି ପ୍ରଥମ, ଆଇଟିଡ଼ିଏ, କେଉଁଝରର ମା’ଗାୟତ୍ରୀ ଏସ୍‌ଏଚ୍‌ଜି ଦ୍ୱିତୀୟ ଏବଂ ଆଇଟିଡିଏ, ଜୟପୁରର ବାସୁମତୀ ଏସ୍‌ଏଚ୍‌ଜି ଏବଂ ମଠାପଡ଼ା ଡୋକ୍ରା ଏସ୍‌ଏଚ୍‌ଜି ତୃତୀୟ ହୋଇଥିଲେ। ସେହିପରି ମାଇକ୍ରୋ ପ୍ରୋଜେକଫ ପ୍ରାୟୋଜିତ ଡିକେଡିଏ, ଚାଟିକଣାର ମା’ ଭୈରବୀ ଏସ୍‌ଏଚ୍‌ଜି ପ୍ରଥମ, ଏଚ୍‌କେ ଆଣ୍ଡ ଏମ୍‌ଡିଏ, ଯଶୀପୁରର ମା’ସରସ୍ୱତୀ ଏସ୍‌ଏଚ୍‌ଜି ଦ୍ୱିତୀୟ ଏବଂ ଡିଡିଏ, କୁଡୁମୁଲୁଗୁମ୍ମାର ମା’ବନଦୁର୍ଗା ଏସ୍‌ଏଚ୍‌ଜି ତୃତୀୟ, ମିଶନ ଶକ୍ତିର ଜ୍ୟୋତି ଏସ୍‌ଏଚ୍‌ଜି ଏବଂ ଶ୍ରଦ୍ଧା ଏସ୍‌ଏଚ୍‌ଜି, ଓର୍‌ମାସ୍‌ର ବିଶ୍ୱ ମା’ ଗାୟତ୍ରୀ ଏସ୍‌ଏଚ୍‌ଜିଙ୍କୁ ବିବେଚନା କରାଯାଇ ପୁରସ୍କୃତ କରାଯାଇଛି।
ଆଜିର ନୃତ୍ୟ ପ୍ରଭାଗରେ ନବରଙ୍ଗପୁରର ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ବାଲିପରବ ଏବଂ ଗୁଣୁପୁରର ସଉରାଙ୍କ ମିରିଆ ନାଚରେ ଦର୍ଶକ ବିମୋହିତ ହୋଇଥିଲେ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories