www.samajalive.in
Saturday, December 13, 2025
27.1 C
Bhubaneswar

କୃଷି ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ତିଗିରିଆ : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଗୁରୁବାର ଏକ ଦିନିକିଆ ମାରାଥନ ଗସ୍ତରେ ଆସି ତିଗିରିଆ ବ୍ଲକର ବିଭିନ୍ନ ସ୍ଥାନରେ ୮ଟି  ପ୍ରକଳ୍ପର ନିର୍ମାଣ ପାଇଁ  ଭୂମି ପୂଜନ କରିଛନ୍ତି।
ବ୍ଳକରେ ୫-ଟି ଅନ୍ତର୍ଗତ ଜେମାଦେଇପୁର ଉଚ୍ଚ ବିଦ୍ୟାଳୟ, ବିନ୍ଧାଣୀମା ବାଳିକା ଉଚ୍ଚ ବିଦ୍ୟାଳୟ, ସୋମପଡା ବିଡି ଶ୍ରମିକ ବିଦ୍ୟା ନିକେତନ ଓ ଭିରୁଡା ଦୀନବନ୍ଧୁ ଦାସ ଉଚ୍ଚ ବିଦ୍ୟାଳୟ ରୂପନ୍ତରୀକରଣ ସହିତ  ଗଦାଧରପୁର, ବଡନାଉପୁଟ, ଭିରୁଡା ଏବଂ ଅଚଳକୋଟ ଠାରେ ଗୋଟିଏ ଲେଖାଏଁ ଉପ ସ୍ଵାସ୍ଥ୍ୟକେନ୍ଦ୍ର  ନିର୍ମାଣ ପାଇଁ ମୋଟ ୨ କୋଟି ୮୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହିତ ସମ୍ମାନୀତ ଅତିଥିଭାବେ  ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ଜେମାଦେଇପୁର ସରପଞ୍ଚ ସୁକାନ୍ତି ନାଏକ ,ସମିତି ସଭ୍ୟା ଅନ୍ନପୂର୍ଣା ବେହେରା, ଗଦାଧରପୁର ସରପଞ୍ଚ ପୁଷ୍ପିତା ସ୍ଵାଇଁ,ସମିତି ସଭ୍ୟ ବିଜୟ ଦେହୁରୀ, ବଡନାଉପୁଟ ସରପଞ୍ଚ ,ସମିତି ସଭ୍ୟ, ବିନ୍ଧାଣୀମା ସରପଞ୍ଚଙ୍କ ପ୍ରତିନିଧି ମାନସ ରାଉତ, ସମିତି ସଭ୍ୟା ସୋନାଲି ସେଠ, ଭୀରୁଡା ସରପଞ୍ଚ ବେଣୁଧର ସାହୁ, ସମିତି ସଭ୍ୟ ଧନେଶ୍ଵର ରଣା, ଅଚଳକୋଟ ସରପଞ୍ଚ ରୋଜାଲିନ ବଳିଆର ସିଂହ, ସମିତି ସଭ୍ୟା ଝିପି ସାହୁ, ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରର ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଭୂମିପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories