www.samajalive.in
Sunday, December 14, 2025
19.1 C
Bhubaneswar

ରୁପାବାଲି ଖେଳ ପଡିଆର ଉନ୍ନତିକରଣ ପାଇଁ ପଡିଲା ଭିତ୍ତିପ୍ରସ୍ତର

ବାଲେଶ୍ୱର: ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତର ରୁପାଵାଲି ଖେଳ ପଡିଆର ଉନ୍ନତିକରଣ ଲାଗି ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ମନ୍ତ୍ରୀ ବାଲେଶ୍ୱର ଜିଲା ଗସ୍ତରେ ଆସି ବରୁଣସିଂ ଗ୍ରାମପଞ୍ଚାୟତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଡ଼ିଆର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପଡ଼ିଆର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ସେ କହିଥିଲେ ଓ ମନ୍ତ୍ରୀ ଶ୍ରୀ ବେହେରା କହିଲେଯେ ବାଲେଶ୍ୱର ଜିଲ୍ଲା ତଥା ରେମୁଣା ବ୍ଲକର ଯୁବକ ମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ଦେଖି ଖୁବ ଖୁସି ଲଗୁଛି। ମୁଖ୍ୟମନ୍ତ୍ରୀ ଯୁବ ବର୍ଗଙ୍କ ଉନ୍ନତି ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ଅନେକ ଉନ୍ନତି କରିଛି। ଆଜି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସମଗ୍ର ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ଆଗାମୀ ଦିନରେ ଏହା ଅଧିକ ବ୍ୟାପକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ସେହିପରି ଆଜିର ଉତ୍ସବରେ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ପର୍ୟ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ସହ ଏହି ଖେଳ ପଡିଆର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ। ରୂପାବାଲି ଖେଳ ପଡିଆର ଉନ୍ନତି କରଣ ପାଇଁ କ୍ରୀଡ଼ାମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘୋଷଣା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
ରୁପାବାଲି ଖେଳ ପଡିଆର ଉନ୍ନତି କରଣ ପାଇଁ ନିରନ୍ତର କରିଆସିଥିବା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଆଜିର ଏହି ଉତ୍ସବରେ ସଭା ପରିଚାଳନା କରିଥିଲେ। ଏଥି ସହିତ ଏହି ଅଞ୍ଚଳରେ ଥିବା ଠାକୁରାପଦା ଖେଳ ପଡିଆର ଉନ୍ନତି କରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ଆଜି ସେ ନେବେଦନ ଜଣାଇଲେ। ରାଜ୍ୟସରକାରଙ୍କ ଏହି କ୍ରୀଡା ପ୍ରକଳ୍ପକୁ ଶୀଘ୍ର କାର୍ୟ୍ୟକାରୀ କରିବା ଉଦେଶ୍ୟରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ରୁପାବାଲି ପଡିଆକୁ ବୁଲି ଦେଖିଥିଲେ। ଆଜିର ଉତ୍ସବରେ ନୀଳଗିରି ରୋଡ କ୍ଳବର ସଭାପତି ରାଜେନ୍ଦ୍ର ପ୍ରସାଦ ମହାଲିକ, ସିମନ ଦାସମହାପାତ୍ର, ବିନାଶିଷ ଜେନା, ରବୀନ୍ଦ୍ର କୁମାର ମହାକୁଡ଼, ସ୍ଥାନୀୟ ତହସିଲଦାର ଓ ଜିଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉତ୍ସବ ଶେଷରେ ସାହାର୍ଦା ଗ୍ରାମର ଶିକ୍ଷାବିତ ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories