www.samajalive.in
Monday, December 15, 2025
16.1 C
Bhubaneswar

ମୋବାଇଲ୍‌ ନେଟଓ୍ୱର୍କ ପାଇଁ ପାହାଡ ଉପରକୁ ଯାଇଥିଲେ -ବଜ୍ରାଘାତ ହେବାରୁ ତିନି ଗୁରୁତର

ଫୁଲବାଣୀ- ଗାଁରେ ନାହିଁ ମୋବାଇଲ ନେଟୱର୍କ । ତେଣୁ ଅନଲାଇନ କାମ ପାଇଁ ଯିବାକୁ ପଡୁଛି ନିକଟସ୍ଥ ପାହାଡ ଉପରକୁ । ଏଭଳି ଭାବେ ପାହାଡ ଉପରକୁ ଯାଇ ନେଟୱାର୍କ ଖୋଜୁଥିବା ବେଳେ ବଜ୍ରପାତ ହେବାରୁ ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରେ। ସୂଚନା ଅନୁଯାୟୀ, ଚକାପାଦ ଥାନା ମୁଣ୍ଡାଗାଁର ତିନି ଜଣ ନିକଟସ୍ଥ ପାହାଡ଼ ଉପରକୁ ଯାଇ ମୋବାଇଲରେ ଇଣ୍ଟରନେଟ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ଆହତ ମାନେ ହେଲେ ଧୀରେନ ଦିଗାଲ(୨୦), ପିଙ୍କୁ ମଲ୍ଲିକ(୧୫) ଓ ପଞାନନ ବେହେରା(୧୨)।

ଧିରେନ ଯୁକ୍ତ ତିନିର ଛାତ୍ର ହୋଇଥିବା ବେଳେ ପଞାନନ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଧୀରେନ ଓ ପିଙ୍କୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ମୁଣ୍ଡାଗାଁରେ କିଛି ଦିନ ହେଲା ଏକ ମୋବାଇଲ ଟାଓ୍ବ।ର ବସିଛି।କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇ ନାହିଁ। ଫଳରେ ଗ୍ରାମବାସୀଙ୍କୁ ପାହାଡ ଉପରକୁ ଚଢ଼ି ଅନଲାଇନ କାମ କରିବାକୁ ପଡୁଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories