www.samajalive.in
Monday, December 15, 2025
15.1 C
Bhubaneswar

ଜିମ୍ବାୱେ କ୍ରିକେଟର୍‌ ହିଥ୍ ଷ୍ଟ୍ରିକଙ୍କ ପରଲୋକ

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ମାତ୍ର ୪୯ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ରବିବାର ସକାଳେ ମାଟାବେଲେଲାଣ୍ଡ ସ୍ଥିତ ନିଜ ଫାର୍ମରେ ହିଥ୍ ଷ୍ଟ୍ରିକଙ୍କ ଦେହାନ୍ତ ହୋଇଥିବା ନେଇ ଜିମ୍ବାୱେର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପରିବାର ମୁଖପାତ୍ର ଜନ୍ ରେନୀ ସୂଚନା ଦେଇଛନ୍ତି। ହିଥ୍ ଷ୍ଟ୍ରିକ୍‌ ଲିଭର୍ କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘ ଦିନ ଧରି କର୍କଟ ସହ ଲଢ଼େଇ କରି ଶେଷରେ ସେ ଆଜି ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ। ଏଠାରେ ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁକୁ ନେଇ ମିଛ ଖବର ପ୍ରଚାରିତ ହୋଇଥିଲା। ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ଦେହାନ୍ତ ହୋଇଯାଇଥିବା ନେଇ ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରୀ ଓଲଙ୍ଗ୍‌ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ। ବିଶ୍ବବ୍ୟାପୀ ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଥିବା ହେନ୍‌ରୀ ଓଲଙ୍ଗ୍‌ ପୁଣି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ।

ହିଥ୍ ଷ୍ଟ୍ରିକ୍‌ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ୬୫ଟି ଟେଷ୍ଟରୁ ସେ ୧୯୯୦ ରନ୍ କରିଥିବା ବେଳେ ୨୧୬ଟି ୱିକେଟ୍ ନେଇଥିଲେ। ସେହିପରି ୧୮୯ଟି ଦିନିକିଆରୁ ୨୯୪୨ ରନ୍ କରିଥିବା ବେଳେ ୨୩୯ଟି ୱିକେଟ ନେଇଥିଲେ। ୧୯୯୩ ମସିହାରେ ଜିମ୍ବାୱେ ଟିମ୍‌ ପାଇଁ ଖେଳିବା ଆରମ୍ଭ କରିଥିଲେ ହିଥ୍‌ ‌ଷ୍ଟ୍ରିକ୍‌ ଏବଂ ୨୦୦୫ ପର୍ଯ୍ୟନ୍ତ ସେ ତାଙ୍କ ଦେଶ ପକ୍ଷରୁ କ୍ରିକେଟ୍ ଖେଳି ଅନେକ ସୁନାମ ଅର୍ଜନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories