www.samajalive.in
Saturday, December 6, 2025
15.1 C
Bhubaneswar

ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ଦଳିତ ନେତା ବୁଟା ସିଂହଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବ୍ରେନ ହାମରେଜର ଶିକାର ହୋଇ ଅନେକ ଦିନ ଧରି ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଶନିବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ୧୯୩୪ ମାର୍ଚ୍ଚ ୨୧ରେ ଜଳନ୍ଧର ଜିଲାର ମୁସ୍ତଫାପୁର ଗାଁରେ ଜନ୍ମିତ ବୁଟା ସିଂହ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ବୁଟା ସିଂହଙ୍କ ଦେହାନ୍ତ କଂଗ୍ରେସ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି। ନେହରୁ-ଗାନ୍ଧୀ ପରିବାରର ବିଶ୍ଵାସପାତ୍ର ରହିଆସିଥିବା ବୁଟା ସିଂହ କଂଗ୍ରେସ ଶାସନ କାଳରେ ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ପଦ ସମେତ ଅନ୍ୟାନ୍ୟ ଦାୟିତ୍ଵ ସମ୍ଭାଳିଥିଲେ। ଏହା ବ୍ୟତୀତ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ। ତାଙ୍କୁ ଦଳିତଙ୍କ ମସିହା ଭାବେ ବିବେଚନା କରାଯାଏ।

- Advertisement -

ସୂଚନାଯୋଗ୍ୟ, ୧୯୭୭ରେ ଜନତା ପାର୍ଟି କଂଗ୍ରେସକୁ ପରାଜିତ କରି ଶାସନ କ୍ଷମତା ହାତେଇଥିଲା। ଏହା ଫଳରେ କଂଗ୍ରେସ ଏକପ୍ରକାର ବିଭାଜିତ ହୋଇଯାଇଥିଲା। ଏହି ସମୟରେ ବୁଟା ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସ ପାର୍ଟିକୁ ମଜଭୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଦଳର ଏକମାତ୍ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ସେ କଠୋର ପରିଶ୍ରମ କରିଥିଲେ, ଯାହା ଫଳରେ ୧୯୮୦ରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଫେରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories