www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶାର ୩୧ଟି ସ୍ଥାନରେ ପ୍ରାକ୍‍ ଟିକାକରଣ ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଓଡିଶାର ୩୦ଟି ଜିଲା ମୁଖ୍ୟ ଡ଼ାକ୍ତରଖାନା ସହ ଭୁବନେଶ୍ୱର କ୍ୟାପିଟ୍ୟାଲ ହସ୍ପିଟାଲରେ ପ୍ରାକ୍‌-ଟିକାକରଣ ଅଭ୍ୟାସ ଆରମ୍ଭ ହେଉଛି। ରାଜ୍ୟରେ ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ। କରୋନା ଟିକା ଆସିଲେ କିପରି କୋଲ୍ଡ ଚେନର ବ୍ୟବହାର ହେବ ସେନେଇ ରାଜ୍ୟରେ ପ୍ରସ୍ତୁତି ହୋଇଛି। ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଡମି ଟିକାକରଣ କରାଯିବ। ଏହି ମକଡ୍ରିଲ ପାଇଁ ୩ଟି କକ୍ଷ ରହିବ। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଞ୍ଚ କରାଯିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ କକ୍ଷକୁ ନିଆଯାଇ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାକ୍ସିନେସନ କକ୍ଷକୁ ପଠାଯିବ।
ଟିକାକରଣ ପରେ ଅବଜରଭେସନ କକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ, ୨ ଜଣ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଖବର ଦେବା ସହ ତାଙ୍କର ଚିକିତ୍ସା କରାଯିବ।

ସେହିପରି କ୍ୟାପିଟାଲ ହସ୍ପିଟାଲରେ କୋଭିଡ -୧୯ ଭ୍ୟାକ୍ସିନେସନ ସେଣ୍ଟର ଉଦଘାଟିତ ହୋଇ ସାରିଛି। ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories