www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀର ହାର୍ଲି ଡାଭିଡସନ ଶୋ’ ରୁମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ମୋତିନଗର ସ୍ଥିତ ହାର୍ଲି ଡାଭିଡସନ ଶୋ’ ରୁମରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୫ ଟି ଦମକଳ ଗାଡି ସହ ଅଗ୍ନିଶମ ବାହିନୀ ନିଯୋଜିତ ରହି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ହାର୍ଲି ଡାଭିଡସନ ଶୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ଧିରେ ଧିରେ ନିଆଁ ୩ୟ ମହଲାକୁ ବ୍ୟାପି ଯାଇଥିଲା। ସେଠାରେ କିଛି ଲୋକେ ଫସି ଯାଇଥିବା ବେଳେ ଦମକଳ କର୍ମଚାରୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଭୋର ପ୍ରାୟ ୫ଟା୫୦ରେ ନିଆଁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି। କେତେ ପରିମାଣର କ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories