www.samajalive.in
Friday, December 5, 2025
26.1 C
Bhubaneswar

ଦେଶରେ ଆରମ୍ଭ ହେଲା ପ୍ରାକ୍‌-ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଲାଗି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେଣୁ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ତେବେ ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ ଦେଶବ୍ୟାପୀ ପ୍ରାକ୍‌-ଟିକାକରଣ ଅଭ୍ୟାସ ଶନିବାରଠାରୁ ଆରମ୍ଭ ହୋଇଛି। ଦେଶର ସମସ୍ତ ରାଜ୍ୟରେ ଏହି ଅଭ୍ୟାସ ଚାଲିବ। ପୂର୍ବରୁ ଆସାମ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ଆସାମରେ ଏହି ପ୍ରାକ-ଟିକାକରଣ ଅଭ୍ୟାସ ସଫଳ ହେବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟରେ ଏହା କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରାକ-ଟିକାକରଣ ଅଭ୍ୟାସ ଜରିଆରେ ଦେଶବ୍ୟାପୀ ସରକାର ଟିକାକରଣ ପାଇଁ କେତେ ପ୍ରସ୍ତୁତ ତାହା ସୁନିଶ୍ଚିତ କରାଯିବ। ଟିକା ପହଞ୍ଚିଲେ କିପରି ସୁରୁଖୁରୁରେ ତାହାକୁ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସେ ନେଇ ଏହି ଅଭ୍ୟାସ କରାଯାଉଛି। ବିଶେଷକରି କୋ-ଭିନ୍‌ ଆପ୍‌ର ବ୍ୟବହାର, ସ୍ବାସ୍ଥ୍ୟକର୍ମୀଙ୍କ ତଥ୍ୟ ଅପଲୋଡ୍‌, ଟିକା ପ୍ରାପ୍ତ କରିବା, ଟିକା ଆବଣ୍ଟନ, ଟିକାକରଣ ଟିମ୍‌ର ପ୍ରସ୍ତୁତି ଏବଂ ଟିକା ପ୍ରଦାନ ସ୍ଥଳରେ ରସିଦ୍‌ ସଂଗ୍ରହ କରିବା ଭଳି ପ୍ରସ୍ତୁତିର ଡ୍ରାଏ ରନ୍‌ ଅର୍ଥାତ ମକ୍‌ଡ୍ରିଲ୍‌ କରାଯିବ।

- Advertisement -

କେନ୍ଦ୍ର ସରକାର ସବୁ ରାଜ୍ୟରେ ଅତି କମ୍‌ରେ ୩ ପର୍ଯ୍ୟାୟରେ ଏହି ଅଭ୍ୟାସ କରିବେ। ଗତ ଡିସେମ୍ବର ୨୦ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁସାରେ ସବୁକିଛି କରିବାର ଯୋଜନା କରାଯାଇଛି। କରୋନା ଟିକା ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନର ଉତ୍ତର ପାଇବା ଲାଗି ରାଜ୍ୟଗୁଡ଼ିକରେ ରାଜ୍ୟ ହେଲ୍‌ପଲାଇନ ନମ୍ବର ୧୦୪ ଜାରି କରାଯାଇଛି। ଏହା ପୂର୍ବରୁ ଜାରି ହୋଇଥିବା ହେଲ୍‌ପଲାଇନ ନମ୍ବର ୧୦୭୫ ଭଳି କାମ କରିବ। ରାଜଧାନୀ ନୂଆଦିଲ୍ଲରେ ଦକ୍ଷିଣ ପଶ୍ଚିମ ଜିଲାର ଭେଙ୍କଟେଶ୍ଵର ହସ୍ପିଟାଲ, ମଧ୍ୟ ଜିଲାର ଦରିୟାଗଞ୍ଜ ଔଷଧାଳୟ ଏବଂ ଶାହଦରା ଜିଲାର ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ପ୍ରାକ୍‌-ଟିକାକରଣ ଅଭ୍ୟାସ କରାଯିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories