www.samajalive.in
Monday, December 15, 2025
15.1 C
Bhubaneswar

ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ : ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ଶୁକ୍ରବାର ଡମପଡ଼ା ବ୍ଲକ୍ ଅଧିନ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ବିଲିପଡ଼ା ପଞ୍ଚାୟତର ବରଗାଁ, ବରପଦନପୁର, ବିଲିମନ୍ତ୍ରୀ ସାହି, ବିଲିମନ୍ତ୍ରୀ ହରିଜନ ସାହି, ବିଲିପଡ଼ା, ପାଖରାଖାଲ, ଓସ୍ତପୁର, ଧରସ, ରଙ୍ଗିପୁର ଏବଂ ହରିରାଜପୁର ପଞ୍ଚାୟତର ଯୋରକୂଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଦୀର୍ଘ ୫ଦିନ ପାଣି ଘେରରେ ବହୁ ସମସ୍ୟାରେ ଜଳବନ୍ଦୀ ଥିବା ବିପନ୍ନମାନଙ୍କୁ ପ୍ରଶାସନ ତୁରନ୍ତ ଓ ତ୍ବରିତ ଗତିରେ ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ଗୁରୁବାର ରାତ୍ରୀ ପ୍ରବଳ ବର୍ଷା ଘଡ଼ଘଡ଼ି ସହିତ ଶୁକ୍ରବାର ଦିନରେ ପ୍ରବଳ ବର୍ଷା ମଧ୍ୟ ମଧ୍ୟ ବିପନ୍ନମାନଙ୍କୁ ବିପଦମୁଖୀ କରିଥିବା କହିଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମିରେ ୧୦ରୁ ୧୫ଫୁଟ ବନ୍ୟାଜଳ, ବିଦ୍ୟାଳୟ ଗୃହ ବୁଡ଼ିବା ଆଦି ଘଟଣା ଦେଖି ଲୋକମାନଙ୍କର ଦୁର୍ଦ୍ଦଶାକୁ ବନ୍ୟା ସହିତ ବର୍ଷାର ବିପତ୍ତି ବଢ଼ାଇଥିବା କହିଛନ୍ତି । ବାଙ୍କୀ ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସିତ୍ ଚରଣ ପଟ୍ଟନାୟକ, ଉପସଭାପତି ବାବୁଲି ଦଳେଇ ଏବଂ ଆଶିଷ କୁମାର ମହାପାତ୍ର, ପୂର୍ବତନ ବିଧାୟକଙ୍କ ସହ ବନ୍ୟାଞ୍ଚଳ ବୁଲି ଲୋକମାନଙ୍କର ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଛନ୍ତି । ପ୍ରଶାସନ ଲୋକମାନଙ୍କ ନିକଟ ଗୋଖାଦ୍ୟ ପହଞ୍ଚାଇ ନଥିବାର ଅଭିଯୋଗ ଶୁଣି ଗୋଖାଦ୍ୟ ପ୍ରତି ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରଶାସନକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଫୋନରେ ବନ୍ୟା ବିପନ୍ନଙ୍କ ସମସ୍ୟା ଓ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ଉପଖଣ୍ଡସ୍ତରୀୟ ପ୍ରଶାସନକୁ ନିବେଦନ କରିଥିବା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories