ଦେଓଗାଁରେ କେଭି ସିଂହଦେଓ ଙ୍କ ମାରାଥନ ପ୍ରଚାର

ଦେଓଗାଁ :  ନିର୍ବାଚନକୁ ନେଇ ଦେଓଗାଁ ବ୍ଳକରେ ଧୀରେ ଧୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ନେତାମାନେ ବାରମ୍ବାର ଆସି ଭୋଟର ମାନଙ୍କୁ ଆକୃଷ୍ଟ କରୁଛନ୍ତି । ରବିବାର ଦିନ ଦେଓଗାଁ ବ୍ଲକର ୧୨ ନମ୍ବର ଜୋନକୁ  ଆସି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ ମାରାଥନ ପ୍ରଚାର  କରିଛନ୍ତି । ୧୨ ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀକୁ ନେଇ ସେ ପ୍ରଚାର କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଛନ୍ତି ଲୋକଙ୍କୁ ଭୁଆଁ ବୁଲାଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି, ହେଲେ ଲୋକେ କାର୍ଡରେ ଚିକିତ୍ସା ପାଉ ନାହାନ୍ତି ବୋଲି ସେ କହିଥିଲେ । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କଲେ ପୁଣି ଥରେ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରି ଗାଁର ବିକାଶ କରାଯିବ ବୋଲି କହିଥିଲେ ।
ଆଜିର ଏହି ମାରଥନ ପ୍ରଚାରରେ ପିଲାଟିମହୁଲ, ଡୁମେରପିଟା, ସତୀଘାଟ, ଦେଷଣ୍ଡ, ଗମ୍ଭାରୀମାଲ, ବିଲାଶପୁର, ବାଙ୍କିଆମୁଣ୍ଡା, ଧଣ୍ଡାମାଲ,ସାରସମାଲ, ଲଣ୍ଡାପଥର, କୁରୁଆଝର, ବଡବନ୍ଧ, ମୁରୁସିଂ, କୁତୁର୍ଲା ଗାଁ କୁ ଯାଇ ବିଜେପି ପ୍ରାର୍ଥୀ ତୁଲାନ୍ଦ୍ରୀ କୁଅଁରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପାଟଣା ମହାରାଜ ଶ୍ରୀ ସିଂ ଦେଓ ।  ପ୍ରଚାର ବେଳେ ବନ୍ଧପଡ଼ା ମଣ୍ଡଳ ସଭାପତି ବାସୁଦେବ ସିଂ ନିନା, ସାଂସଦ ପ୍ରତିନିଧି ଅମିତ ସିଂ ନିନା, ଶଶୀ ପାଣିଗ୍ରାହୀ, ଅଶୋକ ସାଏ, ଗୋପୀନାଥ ଖେତି, ସୁରେଶ ଭୋଇ, ପିଙ୍କୁ ଷଣ୍ଢ, ହୃଷିକେଶ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.