ଭୁବନେଶ୍ୱର: ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ୍ ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଡକ୍ଟର ଚାନ୍ଦ ଛାତ୍ର ଜୀବନରୁ ଏବିଭିପି. ଆରଏସଏସ୍ ଓ ବିଜେପି ସହିତ ଜଡିତ ଥିଲେ । ଏବିଭିପି ସମର୍ଥନରେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ବିଜେପିରେ ସାମିଲ ହେବା ପରେ ତପନ ଚାନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ୩୪ ବର୍ଷରୁ ଅଧିକ ସମୟ ଧରି ମୁଁ ବିଭିନ୍ନ ବୃହତ ଶିଳ୍ପରେ କାମ କରିଛି। ନାଲ୍କୋର ସିଏମ୍ଡି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଜନହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା।
ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ୍
Popular Categories



