ବାସ୍ତୁ : ରୋଷେଇ ଘରେ ହାତରୁ ଏହି ୩ଟି ଜିନିଷ ଖସିଲେ ହୁଏ ଧନହାନୀ..

ରୋଷେଇ ଘରେ କଦାପି ଏହି ଜିନିଷକୁ ହାତରୁ ଖସିବାକୁ ଦିଅନ୍ତୁ ନାହିଁ। ନଚେତ୍‌‌ ଧନର ଅଭାବ ଲାଗି ରହିବା ସହ ଏହି ଅଭ୍ୟାସ କାଙ୍ଗାଳ କରିଥାଏ ବୋଲି ମାନ୍ୟତା ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ କାମ କରୁଥିବା ସମୟରେ କିଛି ଜିନିଷର ହାତରୁ ଖସିବା ଶୁଭ ନୁହେଁ ବୋଲି କୁହାଯାଏ।
ବାସ୍ତୁ ଅନୁଯାୟୀ, ଏସବୁ ଜିନିଷ ରୋଷେଇ ଘରେ ହାତରୁ ଖସିଲେ ଏହାର ପ୍ରଭାବ ଜୀବନ ଉପରେ ପଡିଥାଏ ବୋଲି କୁହାଯାଏ।
ରୋଷେଇ ଘରେ ଲୁଣ ହାତରୁ ଖସିବା ଶୁଭଙ୍କର ନୁହେଁ। ତେଣୁ ସର୍ବଦା ଧ୍ୟାନର ସହ ଲୁଣ କାଢନ୍ତୁ। ଖାଦ୍ୟର ସ୍ୱାଦକୁ ବଢାଉଥିବା ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କ ପ୍ରତିନିଧିତ୍ୱ କରିଥାଏ। ତେଣୁ ଲୁଣ ଖସିବା ଶୁଭଙ୍କର ନୁହେଁ ବୋଲି କୁହାଯାଏ। ଆଗକୁ ସମସ୍ୟା ଆସିପାରେ ବୋଲି ଏହା ସଙ୍କେତ ଦେଇଥାଏ।
ସେହିପରି ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ହାତରୁ ସୋରିଷ ତେଲ ଖସିବା ମଧ୍ୟ ଶୁଭଙ୍କର ନୁହେଁ। ସୋରିଷ ତେଲ ସମ୍ବନ୍ଧ ଶନି ଗ୍ରହଙ୍କ ସହ ଜଡିତ। ସୋରିଷ ତେଲ ହାତରୁ ଖସିବା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି ବୋଲି କୁହାଯାଏ। ଏହାଦ୍ୱାରା ଜୀବନରେ ସମସ୍ୟା ଦେଖାଦେଇଥାଏ।
ବାସ୍ତୁ ଅନୁଯାୟୀ, ରୋଷେଇ ଘରେ କଦାପି ହାତରୁ ଖାଦ୍ୟ ଜିନିଷ ଖସାନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

Comments are closed.