ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ତାଙ୍କ ନମୁନା ପରୀକ୍ଷା କରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ ରବିବାର ସୁଦ୍ଧା, ୟୁପିରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୧୨୪୧୪କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ୨୩୯୪୮୫ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୮୧୨୨ ରହିଛି। ତେବେ ୪୪୨୯ ରୋଗୀଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ନମୁନା ପରୀକ୍ଷା ୭୫ ଲକ୍ଷ ଅତିକ୍ରମ କରିଛି।



