ନୂଆଦିଲ୍ଲୀ: ପୁଣି ଥରେ ହରିବଂଶ ହେଲେ ରାଜ୍ୟ ସଭା ଉପାଧ୍ୟକ୍ଷ। ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଏନ୍ଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ନେତା ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଆର୍ଜେଡି ସାଂସଦ ମନୋଜ ଝା। ଗତ ଦୁଇ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ସଫଳତାର ସହ କାର୍ଯ୍ୟ କରିଥିଲେ। ତେବେ ଆଜିର ନିର୍ବାଚନରେ ବିଜେଡି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏନ୍ଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିଥିଲା।
Popular Categories



