www.samajalive.in
Sunday, December 14, 2025
17.1 C
Bhubaneswar

ଗଛ ଟଙ୍କା ନା ଟଙ୍କା ଗଛ ; ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଚର୍ଚ୍ଚା

ଠାକୁରମୁଣ୍ଡା : ସାତକୋଶିଆ ରେଞ୍ଜ ଦୁଆରଶୁଣି ଗ୍ରାମରେ ଜଣେ ବନରକ୍ଷୀ ଏକାବେଳକେ ୧୧ ଏକର ଜମି କିଣିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଅତି ସତର୍କତାର ସହ ସେ ନିଜ ନାମରେ ୪ ଏକର ୫୦ ଡେସିମିଲ ଜମି କିଣିଥିବାବେଳେ ଭଉଣୀ ନାମରେ ୭ ଏକର ୧ ଡେସିମିଲ ଜମି କିଣିଛନ୍ତି । କିଛି ମାସ ପୁର୍ବରୁ ଗ୍ରାଣ୍ଡ ଭିଟାରା ( ପ୍ରାୟ ୨୨ଲକ୍ଷ ) ଚଢି ବୁଲୁଥିବାବେଳେ ପୁଣି ୧୧ ଏକର ଜମି କିଣିବା ଲୋକଙ୍କୁ ଟେରା କରି ଦେଇଛି। ଟଙ୍କା ଆସୁଛି କୁଆଡୁ ? ଲୋକେ ପଚାରୁଛନ୍ତି ଇଏ ଗଛ ଟଙ୍କା ନା ଟଙ୍କା ଗଛ ଲଗେଇଛନ୍ତି ବନ ବିଭାଗ କର୍ମଚାରୀ।
ଅନୁସନ୍ଧାନରୁ ଜଣାପଡିଛିଯେ, ମହିଳା ବନରକ୍ଷୀ କବିତା ବେହେରା ବିବାଦୀୟ ପରିସ୍ଥିତିରେ ଦୁଧିଆଣି ରେଞ୍ଜ ତାଟୋରୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଠାକୁରମୁଣ୍ଡା ରେଞ୍ଜକୁ ବଦଳି ହୋଇ ଆସି ବାଲିପୋଷି ବିଟରେ ଅବସ୍ଥାପିତ ହୋିଛନ୍ତି। ତାଟୋ ନିକଟସ୍ଥ ବାରାପାଣପୋଷି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଅମାନବିକ ଭାବେ ମାଡ଼ ମାରି ହାତ ଭାଙ୍ଗିବା ଏବଂ ଗର୍ଭ ନଷ୍ଟ କରିବା ମାମଲାରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବାରୁ ତତ୍କାଳୀନ ଡ଼ିଏଫଓ ପ୍ରସନ୍ନ କୁମାର ବେହେରା ତତକ୍ଷଣାତ ତାଙ୍କୁ ବଦଳି କରିଥିଲେ।
ବାଲିପୋଷି ବିଟରେ ଅବସ୍ଥାପିତ ହେବାପରେ ଜାଇକା ପ୍ରକଳ୍ପ ପରିଚାଳିତ ୩ ଟି ବନ ସୁରକ୍ଷା ସମିତି ତାଙ୍କ ଦାୟିତ୍ୱରେ ପଡିଥିଲା ଓ ସେ ସଦସ୍ୟ ସମ୍ପାଦିକା ଦାୟିତ୍ୱରେ ରହିଥିଲେ। ନର୍ସରୀ କରିବା, ଚାରା ରୋପଣ, ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ବ୍ୟାପକ ହେରଫେର କରିବା ବନ ସୁରକ୍ଷା ସମିତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ଏସିଏଫ ଫାଲଗୁନି ବେହେରା, ଡ଼ିଏଫଓ ଶ୍ରୀକାନ୍ତ ନାଏକ ତାଙ୍କ ସୁରକ୍ଷା କବଚ ସାଜିଥିଲେ। ଅଭିଯୋଗକାରୀଙ୍କୁ ନ୍ୟାୟ ବଦଳରେ ଧମକ ମିଳିଥିଲା।
କେବଳ ସେତିକି ନୁହେଁ ୨୦୨୨ ଜାନୁଆରୀ ୨୬ ତାରିଖରେ  ସଂପୃକ୍ତ ବନାଞ୍ଚଳ ଅଧିକାରୀ ଓ ଜନୈକ ବନରକ୍ଷୀ  ଠାକୁରମୁଣ୍ଡା ରେଞ୍ଜ ଅଫିସ ଭିତରେ ଫରେଷ୍ଟର ଭାସ୍କର ଚନ୍ଦ୍ର ଘଣାଙ୍କୁ ଠେଙ୍ଗାରେ ପିଟି ପିଟି ଡାକ୍ତରଖାନା ପଠାଇବା ଘଟଣା ଗଣମାଧ୍ୟମରେ ପ୍ରକାଶ ସତ୍ତ୍ୱେ ଡ଼ିଏଫଓ ଶ୍ରୀକାନ୍ତ ନାଏକ ଦୋଷୀଙ୍କୁ ଘଣ୍ଟ ଘୋଡାଇ ରଖିଥିଲେ। ଫଳରେ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ଅର୍ଥ ଏବେ ବ୍ୟକ୍ତିଗତ ପାଣ୍ଠିକୁ ଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିବା ଅନେକ ବନ ସୁରକ୍ଷା ସମିତି ସଦସ୍ୟ ପ୍ରକାଶ କରିଛନ୍ତି।

ନିକଟରେ ସାତକୋଶିଆ ଦୁଆରଶୁଣୀ ମୌଜାରେ ବନରକ୍ଷୀ କିଣିଥିବା ସମୁଦାୟ ୧୧ ଏକର ୫୧ ଡେସିମିଲ ଜାଗା ସଂଲଗ୍ନ ଜଙ୍ଗଲ ଜାଗାକୁ ମଧ୍ୟ ନିଜ ଅକ୍ତିଆରକୁ ନେଇ ହଜାର ହଜାର ମୂଲ୍ୟବାନ ଶାଳଗଛ କାଟି ପଦା କରିଛନ୍ତି। ଏଥିପାଇଁ କାହାରି ଅନୁମତି ନେଇନାହାନ୍ତି। ନିଜେ ବନ ବିଭାଗ କର୍ମଚାରୀ ହୋଇଥିବାରୁ ଆଇନକୁ ହାତକୁ ନେଇ ଏ କାର୍ଯ୍ୟ କରିଛନ୍ତି। ସ୍ଥାନୀୟ ଲୋକ ସାତକୋଶିଆ ରେଞ୍ଜରେ ଅଭିଯୋଗ କରିବା ପରେ ବନ ବିଭାଗ ୨ ଟ୍ରାକ୍ଟର ବଲ୍ହା ଜବତ କରିଥିଲା, ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ନିଜ କର୍ମଚାରୀ ବୋଲି ଗଛ କଟିଥିବା ମାଲିକକୁ ଗିରଫ ନକରି ଶ୍ରମିକ ଭୋଳାନାଥ ମହାନ୍ତଙ୍କୁ କେଶ ନଂ ୪୯ ଯୋଗେ ଗିରଫ କରି ଜାମିନରେ ଛାଡିଛନ୍ତି। ଚାପରେ ପଡି ଡ଼ିଏଫଓ ବାଧ୍ୟ ହୋଇ ବନରକ୍ଷୀଙ୍କୁ ବଦଳି କରିଛନ୍ତି। ନିଲମ୍ବନ ପରିବର୍ତ୍ତେ ବଦଳି ଦଣ୍ଡ ନା ଧର୍ମକୁ ଆଖିଠାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆରସିସିଏଫ ଘଟଣା ପ୍ରତି ଧ୍ୟାନ ନଦେବା ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ନଦେବା ସମସ୍ତଙ୍କୁ ବିସ୍ମିତ କରିଛି l

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories