ଆତଙ୍କବାଦ ଦମନ ପାଇଁ ଭାରତକୁ ନେପାଳର ସମର୍ଥନ

0

ନୂଆଦିଲ୍ଲୀ: ବିଦେଶ ସଚିବ ବିଜୟ ଗୋଖଲେ ଓ ନେପାଳ ବିଦେଶ ସଚିବ ଶଙ୍କର ଦାସ ବୈରାଗୀଙ୍କ ମଧ୍ୟରେ ଗୁରୁବାର କାଠମାଣ୍ଡୁରେ ଦ୍ୱି-ପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ବିଦେଶ ସଚିବ ଦ୍ୱି-ପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ ପ୍ରକଳ୍ପର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି ମୋତିହାରୀ-ଆମଲେଖଗଞ୍ଜ ତୈଳ ପାଇପଲାଇନ, ରେଳ ଯୋଗାଯୋଗ ଏବଂ ଅରୁଣ – ୩ ହାଇଡ୍ରୋ ପାୱାର ପ୍ରୋଜେକ୍ଟ।

ଗତ ଫେବୃଆରୀରେ ସଂଗଠିତ ପୁଲୱମା ଆକ୍ରମଣ ପ୍ରସଙ୍ଗରେ ଉଭୟ ଦେଶ ଆତଙ୍କବାଦକୁ ଦମନ କରିବା ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ। ଦୁଇ ଦିନିଆ ନେପାଳ ଗସ୍ତ କାଳରେ ବିଦେଶ ସଚିବ ବିଜୟ ଗୋଖଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ସେଠାକାର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୟାୱଲିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply