ଏମ୍‍ବାପେ ୩ଟି ମ୍ୟାଚ୍‍ରୁ ବାସନ୍ଦ

0

ପ୍ୟାରିସ୍‍ : ଫ୍ରାନ୍‍ସ ଫୁଟବଲର୍‍ ଏମ୍‍ବାପେଙ୍କୁ ୩ଟି କ୍ଲବସ୍ତରୀୟ ମ୍ୟାଚ୍‍ରୁ ବାସନ୍ଦ କରିଛନ୍ତି ଫ୍ରେଞ୍ଚ ଫୁଟବଲ୍‍ ଲିଗ୍‍ ଅଧିକାରୀ। ଫ୍ରାନ୍‍ସର ସେଣ୍ଟ ଜର୍ମେନ ଦଳ ତରଫରୁ କ୍ଲବ ଫୁଟବଲ ଖେଳୁଥିବା ୧୯ ବର୍ଷୀୟ ଏହି ତାରକା ଖେଳାଳି ବିଶ୍ୱବିଜୟୀ ଦଳର ସଦସ୍ୟ। କିଛିଦିନ ତଳେ ପ୍ୟାରିସ୍‍ ସେଣ୍ଟ ଜର୍ମେନ ଓ ନିମେସ ମଧ୍ୟରେ ଫ୍ରେଞ୍ଚ ଫୁଟବଲ ଲିଗ୍‍ର ଏକ ମ୍ୟାଚ୍‍ ଖେଳାଯାଉଥିଲା। ସେଣ୍ଟ ଜର୍ମେନ ତରଫରୁ ଖେଳୁଥିବା ଏମ୍‍ବାପେ ଓ ନିମେସ୍‍ର ମଧ୍ୟଭାଗ ଖେଳାଳି ତେଜି ସାଭାନିୟରଙ୍କ ମଧ୍ୟରେ ପଡ଼ିଆରେ ଝଗଡ଼ା ହୋଇଥିଲା। ଏହି ବିବାଦ ହାତାହାତି ପର୍ଯ୍ୟନ୍ତ ଯାଇଥିଲା।
ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ଫ୍ରେଞ୍ଚ ଲିଗ୍‍ର ଶୃଙ୍ଖଳାଗତ କମିଟି ନିମେସଙ୍କୁ ୫ଟି ଓ ଏମ୍‍ବାପେଙ୍କୁ ୩ଟି ମ୍ୟାଚ୍‍ରୁ ବାସନ୍ଦ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଏମ୍‍ବାପେ ଫ୍ରାନ୍‍ସ ଜାତୀୟ ଫୁଟବଲ ଦଳରେ ସାମିଲ ହୋଇ ଜର୍ମାନୀରେ ମ୍ୟାଚ୍‍ ଖେଳିବାକୁ ଯାଇଛନ୍ତି। ସେଣ୍ଟ ଜର୍ମେନ ଦଳ ଆସନ୍ତା ୧୪ରେ ସେଣ୍ଟ ଏଟିନେ, ୨୩ରେ ରେନେସ୍‍ ଓ ୨୬ରେ ରେଇମ୍‍ ଦଳ ବିପକ୍ଷରେ ଖେଳିବାକୁ ଥିବା ବେଳେ ୩ଟି କ୍ଲବସ୍ତରୀୟ ମ୍ୟାଚ୍‍ରୁ ଏମ୍‍ବାପେ ବାସନ୍ଦ ହେବା କାରଣରୁ ଏହି ସବୁ ମ୍ୟାଚ୍‍ରେ ସେଣ୍ଟ ଜର୍ମେନ ଦଳକୁ ପ୍ରତିନିଧିତ୍ୱ କରିବାରୁ ବାଦ୍‍ ପଡ଼ିବେ।

Leave A Reply