www.samajalive.in
Sunday, December 7, 2025
14.1 C
Bhubaneswar

ସବୁଜ ବନାନୀ ଫୁଟବଲ ପ୍ରତିଯୋଗିତାରେ ଟୁକୁଡିହା ଚାମ୍ପିଆନ୍

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗ୍ରାମର ସବୁଜ ବନାନୀ କ୍ଲବ ପକ୍ଷରୁ ଗତ ୫ ତାରିଖ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ବାରା ଉଦଘାଟିତ ହୋଇଥିବା ସୀମିତ ଅବଧି ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି । ଚୁଡାନ୍ତ ପ୍ରତିଯୋଗିତାରେ ବୁଢାବଣ ଗ୍ରାମର ଭାଇ ଏଣ୍ଡ ଭାଇ କୁ ହରାଇ ଟୁକୁଡିହା ଚତିରିସାହି ଚମ୍ପିଆନ୍ ହୋଇଛି ।ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶଗ୍ରହଣ କରିଥିଲେ । ସେହିପରି ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଗୋଡିପୋଖରୀର ମା ମହାବୀରପାଟ କ୍ଲବ ଓ ଚତୁର୍ଥ ସ୍ଥାନରେ ବଡ ନୂଆଗାଁ ସ୍ଥାନ ପାଇଛନ୍ତି । ଉଦଯାପନ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦନାଥ ସାହୁ, ମୁଖ୍ୟବକ୍ତା ଭାବେ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚକ୍ରଧର ନାଏକ, ନାଏବ ସରପଞ୍ଚ ଚମ୍ପା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଚମ୍ପିଆନ୍ ଟୁକୁଡିହା ଦଳକୁ ୫୦ ହଜାର ଟଙ୍କା, ରନର୍ସ ଅପ୍ ବୁଢାବଣକୁ ୩୫ ହଜାର ଟଙ୍କା ଓ ପୁରସ୍କାର ପ୍ରଦାନ କରାଯାଇଛି । ରେଫରି ଜନ୍ମେଜୟ ବେହେରା, ପ୍ରସନ୍ନ ନାଏକ, ଅଲେଖ ନାଏକ ଓ ସୁଦର୍ଶନ ବାରିକ ଖେଳ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଅରୁଣ କୁମାର ମହାନ୍ତ, ଅନନ୍ତ ମୁଣ୍ଡା, ଟଙ୍କଧର ମହାନ୍ତ, ତ୍ରିନାଥ ବେହେରା ଓ ଭୈରବ ବେହେରା ଦାଇତ୍ବ ସମ୍ପାଦନା କରିଥିଲେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories