www.samajalive.in
Saturday, December 6, 2025
16.1 C
Bhubaneswar

ଆଲୁମିନିୟମ ଓ ପ୍ଲାଷ୍ଟିକ ପ୍ୟାକେଟରେ ଖାଦ୍ୟ ରଖୁଛନ୍ତି କି? ସାବଧାନ

ସାଧାରଣତଃ ଆମେ ବହୁ ଖାଦ୍ୟଦ୍ରବ୍ୟକୁ ଏଲୁମିନିୟମ ପ୍ୟାକେଟ, ପ୍ଲାଷ୍ଟିକ ଡ଼ବା ଆଦିରେ ରଖୁ। ମାତ୍ର ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। ଏହା ଶରୀରରେ ବହୁ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ଏ ବିଷୟରେ ଅଧିକ ଜାଣନ୍ତୁ। ଆମ ଜାଣତରେ ଅଜାଣତରେ କରୁଥିବା ଭୁଲ ଆମେ ପାଇଁ କେତେ କ୍ଷତିକାରକ?
ବିଶେଷଜ୍ଞମାନେ ଏଲୁମିନିୟମ , ପ୍ଲାଷ୍ଟିକ ନୁହେଁ ବରଂ ଷ୍ଟିଲ, ମାଟି, କଂସା, ପିତ୍ତଳ ପାତ୍ରରେ ଖାଦ୍ୟଦ୍ରବ୍ୟ ରଖିବାକୁ ପରାର୍ମଶ ଦେଇଥାଆନ୍ତି।
ବହୁ ପରିଶ୍ରମ କରି ଖାଦ୍ୟ ପ୍ରସ୍ତୁତ କରାଯାଏ।
ଏତଦ ବ୍ୟତୀତ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟଦ୍ରବ୍ୟରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ।
ମାତ୍ର ଏହି ପୋଷକ ଯୁକ୍ତ ଖାଦ୍ୟକୁ ଏଲୁମିନିୟମ କିମ୍ବା ପ୍ଲାଷ୍ଟିକ ଡ଼ବାରେ ରଖିବା ଦ୍ୱାରା ଏହାର ସମସ୍ତ ଭିଟାମିନ ନଷ୍ଟ ହୋଇଯାଏ।
ଖାଦ୍ୟ ଗରମ ଥିବା ଅବସ୍ଥାରେ ଏଲୁମିନିୟମ ପ୍ୟାକେଟ କିମ୍ବା ପ୍ଲାଷ୍ଟିକ ଡ଼ବାରେ ଏହାକୁ ଆଦୌ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଖାଦ୍ୟରେ ଶୀଘ୍ର ମିଶିଯାଏ।
ଯାହା ଆମର ବିଭିନ୍ନ ହରମୋନର ସଠିକ ସନ୍ତୁଳନ ଉପରେ କୁପ୍ରଭାବ ପକାଏ। ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ।
ଏଲୁମିନିୟମ ଓ ପ୍ଲାଷ୍ଟିକ ପ୍ୟାକେଟରେ ଥିବା ଖାଦ୍ୟ ସର୍ବଦା ଖାଇଲେ ପେଟ ଜନିତ ବିିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories