www.samajalive.in
Monday, December 15, 2025
27.1 C
Bhubaneswar

ବାସି,ବଳକା ଖାଦ୍ୟ ସେବନର ଅଭ୍ୟାସ ହୋଇଥାଏ ହାନିକାରକ

ଅନେକ ଥର ଏପରି ଦେଖିଥିବେ ସମୟ ବଞ୍ଚାଇବାକୁ ଏକାଥରେ ଖାଦ୍ୟ ପ୍ରସ୍ତୁତ କରି ଫ୍ରିଜରେ ରଖି ଦେଇଥାଆନ୍ତି। ଏହାସହ ଅନେକ ସମୟରେ ଲୋକେ ରାତିର ବଳକା ଖାଦ୍ୟ ନଷ୍ଟ ନକରିବା ପାଇଁ ସକାଳେ ଜଳଖିଆରେ ଖାଇଥାଆନ୍ତି। ତେବେ ଏହି ୨ଟି ଯାକ ପରିସ୍ଥିତିରେ ଖାଦ୍ୟର ସ୍ୱାଦ ପରିବର୍ତ୍ତନ ହୋଇନଥାଏ। ମାତ୍ର ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଇଥାଏ। ଜାଣନ୍ତୁ …….
କୋଷ୍ଠାକଠିନ୍ୟ ସମସ୍ୟା – ବଳକା ଖାଦ୍ୟରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଦ୍ୱାରା ବ୍ୟକ୍ତିଙ୍କ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ।
ଏସିଡିଟି ସମସ୍ୟା – ବାସି ଓ ବଳକା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଏସିଡିଟି ଓ ଗ୍ୟାଷ୍ଟ୍ରିକ ହୋଇଥାଏ। ବାସି ଭୋଜନରେ ସୃଷ୍ଟି ହୋଇଥିବା ହାନିକାରକ ବ୍ୟାକ୍ଟେରିଆର ଉପସ୍ଥିତି କାରଣରୁ ସେହି ଖାଦ୍ୟରେ ପ୍ରାକୃତିକ ରୂପରେ ପରିବର୍ତ୍ତନ ହୋଇଥାଏ। ଏହି ଭୋଜନର ସେବନ କରିବା ଦ୍ୱାରା ଶରୀରରେ ଏସିଡିଟି ଓ ଗ୍ୟାସଷ୍ଟ୍ରିକ ସମସ୍ୟା ହୋଇଥାଏ।।
ବଦହଜମି – ବିଶେଷଜ୍ଞଙ୍କ ମତରେ ଖାଦ୍ୟ ପ୍ରସ୍ତୁତ କରିବାର ୨ ଘଣ୍ଟା ମଧ୍ୟରେ ଏହାକୁ ଫ୍ରିଜରେ ନରଖିବା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ବଦହଜମି ସମସ୍ୟା ହୋଇଥାଏ।
ପୋଷକ ତତ୍ତ୍ୱର ଅଭାବ – ଭୋଜନ ଜୋର ଆଞ୍ଚରେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରସ୍ତୁତ କରାଗଲେ ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ତେଣୁ ପୁଣି ସେହି ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରିଜରେ ରଖିବା ଦ୍ୱାରା ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥାଏ। ସେହି ଖାଦ୍ୟରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ତେଣୁ ଏହି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ସମସ୍ୟା ହୋଇଥାଏ।
ସେଭଳି ଏହି ଖାଦ୍ୟ ଖାଇବା ଦ୍ୱାରା ବଦହଜମି ସମସ୍ୟା ମଧ୍ୟ ହୋଇଥାଏ। ଫଳରେ ବାନ୍ତି  ହୋଇଥାଏ। ଡାଇରିଆର ମୁଖ୍ୟ କାରଣ ଏହି ବାସି ଖାଦ୍ୟ ବୋଲି କୁହାଯାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ନଳୀ ଜନିତ ସମସ୍ୟା ମଧ୍ୟ ହୋଇଥାଏ।
ପ୍ରସ୍ତୁତ ଭୋଜନକୁ ସେହି ଦିନ ହିଁ ଖାଆନ୍ତୁ। ଅତି ଆବଶ୍ୟକ ହେଲେ ୪୮ ଘଣ୍ଟା ମଧ୍ୟରେ ଖାଆନ୍ତୁ। ମାତ୍ର ବାରମ୍ବାର ଫ୍ରିଜରେ ରଖି ବାସି ଭୋଜନ କରନ୍ତୁ ନାହିଁ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories