ଦହି ଫଳ ସାଲାଡ୍
ଆବଶ୍ୟକ ସାମଗ୍ରୀ:
ଦହି- ୨କପ
ଇଚ୍ଛା ମୁତାବକ ଫଳ
ଚିନି- ସ୍ୱାଦ ଅନୁଯାୟୀ
ଲୁଣ- ସ୍ୱାଦ ଅନୁଯାୟୀ
କାଜୁ ଓ କିସ୍ମିସ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଫଳ ଗୁଡିକୁ ଛୋଟ ଆକାର କରି କାଟି ଦିଅନ୍ତୁ। ଗୋଟିଏ ପାତ୍ରରେ ଅଧ କପ ଦହି ନିଅନ୍ତୁ। ସେଥିରେ କାଟି ଥିବା ଫଳକୁ ପକାନ୍ତୁ। ଦହିରେ ଚିନି କିମ୍ବା ମହୁ ଓ ସାମାନ୍ୟ ଲୁଣ ପକାନ୍ତୁ। କାଜୁ ଓ କିସମିସକୁ ତା ଉପରେ ପକାନ୍ତୁ। ପୁନଶ୍ଚ ଦହିକୁ ପକାନ୍ତୁ। ତା ଉପରେ ଫଳ ଓ କାଜୁ,କିସମିସ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ଓ ଫଳ ସାଲାଡ୍।