www.samajalive.in
Saturday, December 6, 2025
14.1 C
Bhubaneswar

‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ: ବିଜେପି କଲା ମଣ୍ଡଳ ପକ୍ଷରୁ ଖାଦ୍ୟ ସାମଗ୍ରୀ ବିତରଣ

ଦେବଗଡ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ବିଜେପି ମଣ୍ଡଳ ପକ୍ଷରୁ କଲା ଖାଦ୍ୟ ସାମଗ୍ରୀ ବିତରଣ। ସଇଡା ଗ୍ରାମ ପଂଚାୟତ ଅନ୍ତର୍ଗତ କଲା, ସଇଡା ଓ ରୁଗୁଡାକୁଦର ଗ୍ରାମରେ ଗ୍ରାମବାସୀମାନଙ୍କୁ ଆଜି ଆଳୁ, ପିଆଜ, ଲୁଣ, ବିସ୍କୁଟ, ହାତଧୁଆ ସାବୁନ, ମାସ୍କ ଓ ହୋମିଓପାଥି ଔଷଧ ବିତରଣ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ କଲା ମଣ୍ଡଳ ବିଜେପି ସଭାପତି ମିତ୍ରଭାନୁ ସାହୁ, ରବୀନ୍ଦ୍ରନାଥ ବେହେରା, ଦେବାନନ୍ଦ ନାୟକ, କଳିଙ୍ଗେଶ୍ୱର ସାହୁ, ପ୍ରମୋଦ ସାହୁ, ଅଜୟ ସାହୁ, ଶ୍ରୀକାନ୍ତ ପ୍ରଧାନ, ଚନ୍ଦ୍ରଶୈଖର ପ୍ରଧାନ, ନିର୍ମଳ ସାହୁ ଓ ନିଜେୟ କୁମାର ବେହେରା ପ୍ରମୁଖ ଉପରୋକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀମାନଙ୍କୁ ଖାଦ୍ୟ ସାମଗ୍ରୀ, ହାତଧୁଆ ସାବୁନ, ମାସ୍କ ଓ ହମିଓପାଥି ଔଷଧ ପ୍ରଦାନ କରିଥିଲେ। ଏହାସହ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପରିଧାନ କରିବା ପାଇଁ ସଚେତନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories