www.samajalive.in
Sunday, December 7, 2025
23.1 C
Bhubaneswar

ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରେଙ୍ଗାଲି: ରେଙ୍ଗଲି ବ୍ଳକ ଖିଣ୍ଡା ପଞ୍ଚାୟତରେ ଥିବା ସ୍ବେଛାସେବୀ ସଂଗଠନ ମାତୃଭୂମି ପକ୍ଷରୁ ଆଜି କୋଭିଡ ମହାମାରୀର ଲକଡାଉନ୍ ସମୟରେ ଖିଣ୍ଡା ପଂଚାୟତ ଚାଲଟିକ୍ରା, ଦେମୂଳ ପଡା, ମଙ୍ଗଳ ବଜ଼ାର ରୋହିଦାସ ପଡା, ଖିଣ୍ଡା ଲୁହୁରା ପଡାରେ ସରକାରୀ ସହାୟତାରୁ ବଞ୍ଚିତ ୩୫ ଜଣ ଗରିବ ଓ ଅସହାୟ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ମାତୃଭୂମିର ସଭାପତି ହେମନ୍ତ କୁମାର ପାଣ୍ଡେ, କାର୍ୟକାରୀ ସଭାପତି ପିତାମ୍ବର ବିଶ୍ୱାଳ, ଉପସଭାପତି ଉମାକାନ୍ତ ନାଥଙ୍କ ସହିତ ସଂଗଠନର କର୍ମକର୍ତା ଭଗବାନ ରୋହିଦାସ, ପିଣ୍ଟୁ ରୋହିଦାସ, ପିତାମ୍ବର ରୋହିଦାସ, ଖିରୋଦ ରୋହିଦାସ, ସୁରେନ୍ଦ୍ର ରୋହିଦାସ ଓ ୱାର୍ଡ ସଭ୍ୟା, ଉଲ୍ଲାସ ରୋହିଦାସ ଏବଂ ପ୍ରେମଳତା ଡନସେନା ପ୍ରମୁଖ ବୁଲି ବୁଲି ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଗତ ୧୭ ତାରିଖ ଦିନ ମାତୃଭୂମି ଏବଂ କର୍ମଜୀବୀ ଏକତା ସଂଗଠନର ମିଳିତ ଆନୁକୂଲ୍ୟରେ ଖିଣ୍ଡା, ପତରାପାଲି ଓ ମଳଦା ଗ୍ରାମପଂଚାୟତର ୧୦୩ ଜଣ ଅସହାୟମାନଙ୍କୁ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଅସହାୟମାନଙ୍କୁ ମାତୃଭୂମି ସଂଗଠନ ତରଫରୁ ଅନୁରୂପ ଭାବରେ ସାହାଯ୍ୟ କରାଯିବା ପାଇଁ ସଭାପତି ହେମନ୍ତ କୁମାର ପାଣ୍ଡେ ପ୍ରକାଶ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories