www.samajalive.in
Saturday, December 13, 2025
14.1 C
Bhubaneswar

ଫୁଡ୍ ଡେଲିଭରି ଆପ୍‌ର ଲୋକପ୍ରିୟତା

ମହାମାରୀ ଅଧିକାଂଶଙ୍କ ଜୀବନଶୈଳୀକୁ ଏପାଖସେପାଖ କରିଦେଇଛି କହିଲେ ଚଳେ। ସେଣ୍ଟର ଫର୍ ମନିଟରିଙ୍ଗ ଇକୋନୋମି ଅନୁସାରେ, ଲକ୍-ଡାଉନ୍ ଘୋଷଣା ହେବାର ଠିକ୍ ପରେ ଏପ୍ରିଲ୍ ଶେଷ ସପ୍ତାହବେଳକୁ ୧.୨କୋଟି ଲୋକ ଚାକିରି ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଙ୍କୁ ଚାକିରି ମଧ୍ୟ ମିଳିନାହିଁ। ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌‌ସ୍ଥିତ ମଣ୍ଡସା ଅଞ୍ଚଳର ଦୁଇ ଯୁବ ଇଂଜିନିୟର ଏ.ରୂପେଶ ଓ ଢିଲି ରାଓ। ଜଣେ ସିଭିଲ୍ ଇଂଜିନିୟର ହୋଇଥିବାବେଳେ ଅନ୍ୟ ଜଣେ ରୋବୋଟିକ୍ ଇଂଜିନିୟର। ନାମୀ କମ୍ପାନୀରୁ ଚାକିରି ହରାଇ ନିଜ ସହରକୁ ଦୁହେଁ ଫେରିଆସିଲେ। ଲକ୍-ଡାଉନ୍ ସମୟରେ ବିଭିନ୍ନ କମ୍ପାନୀରେ ଚାକିରି ପାଇଁ ଆବେଦନ କରିବା ସତ୍ତ୍ବେ ଫଳ କିଛି ମିଳିନଥିଲା। ରୋଜଗାର କିପରି କରିବେ, ସେହି ଚିନ୍ତାରେ ଦୁହେଁ ଲାଗିପଡ଼ିଲେ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେମାନେ ଏକ ଫୁଡ୍ ଡେଲିଭରି ଆପ୍ଲିକେସନ୍‌ର ଆରମ୍ଭ କରିବା ପାଇଁ ଯୋଜନା କଲେ। ‘ଏସ୍‌ଏସ୍‌ଭି ଇ-ଗ୍ରୋସୋରି’ ଏହାର ନାମ ଦେଇ ମଣ୍ଡସା ଅଞ୍ଚଳରେ ପନିପରିବା, ଫଳ, ରୋଷେଇ ସାମଗ୍ରୀ ଯୋଗାଇଲେ। ମାତ୍ର ୧ ଘଣ୍ଟା ସମୟ​‌େର ଦୁହେଁ ଲୋକଙ୍କୁ ବରାଦ୍ ସାମଗ୍ରୀ ଯୋଗାଉଥିବାବେଳେ ୧ହଜାର ଟଙ୍କାର ସାମଗ୍ରୀ ବରାଦ୍‌ରେ ସେମାନେ ୯ଟଙ୍କା ଡେଲିଭରି ଚାର୍ଜ ନେଉଥିବାର କହିଛନ୍ତି। ମହାମାରୀ ଭୟରେ ଲୋକ ରହୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏଇ ଆପ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ବୟସ୍କ ପିଢ଼ି ଅଧିକ ଉପକୃତ ହେଉଥିବାର କହିଛନ୍ତି। ରୂପେଶ କହିଛନ୍ତି, ଗୋଟିଏ ଦିନରେ ସେମାନଙ୍କୁ ଅତିକମ୍‌‌ରେ ୩୦ଟି ସାମଗ୍ରୀ ବରାଦ୍ ମିଳୁଥିବାବେଳେ ଯଥା ସମୟରେ ସେମାନେ ପହଞ୍ଚାଉଛନ୍ତି। ମନୋବଳ ଦୃଢ଼ ଥିବା ସହ ସେମାନଙ୍କ ବୁଦ୍ଧିମତ୍ତା ହିଁ ଆଜି ପୁଣି ରୋଜଗାରକ୍ଷମ କରାଇଥିବାର ଦୁଇ ବନ୍ଧୁ କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories