www.samajalive.in
Saturday, December 6, 2025
26.1 C
Bhubaneswar

ଚିକେନ ଭୁନା ମସଲା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ପେଷା ଟମାଟୋ – ୧ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଟା – ଗୋଲମରିଚ, ଜିରା, ଶୁଖିଲା ଲଙ୍କା , କଞ୍ଚା ଲଙ୍କା , ଗୁଜୁରାତି, ଲବଙ୍ଗ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ୨ ଚାମଚ
କସ୍ତୁରୀ ମେଥି – ୧ ଚାମଚ
ଗରମ ମସଲା – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଅଦା ରସୁଣ ବଟା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ , ଲେମ୍ବୁ ରସ ଗୋଳାଇ ୩୦ ମିନିଟ ରଖନ୍ତୁ। ଏହା ପରେ ଗ୍ୟାସରେ କୁକର ବସାଇ ତେଲ ଗରମ କରନ୍ତୁ। ତେଲରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଲୁଣ ପକାଇ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ରଖିଥିବା ଚିକେନକୁ ପକାଇ କଷନ୍ତୁ। ଚିକେନ କଷି ହେବା ପରେ ଗୋଟା ଜିରା, କଞ୍ଚା ଲଙ୍କା , ଗୁଜୁରାତି, ଲବଙ୍ଗ,ଜିରା ଗୁଣ୍ଡ, ଗୋଲମରିଚ, ପାଣି ଦେଇ କୁକରରେ ଗୋଟେ ସିଟି ହେବା ପର୍ଯ୍ୟନ୍ତ ଗ୍ୟାସରେ ବସାନ୍ତୁ। ଗୋଟେ ସିଟି ହେବା ପରେ କସ୍ତୁରୀ ମେଥି, ଗରମ ମସଲା ପକାଇ ଗୋଳାଇ ୧ ମନିଟ ଗ୍ୟାସରେ ବସାନ୍ତୁ ଓ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଭୁନା ମସଲା।


ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories